Spread the love

ବଡ଼ବିଲ ପୌରାଞ୍ଚଳରେ ରାଜରାସ୍ତା କଡ଼ରେ ଅବୈଧ ଦୋକାନଗୃହ ନିର୍ମାଣ କାହା ସ୍ୱାର୍ଥରେ

ରାଜରାସ୍ତାକୁ ଲାଗି ବ୍ୟବସାୟ କରିବା ପାଇଁ ନିର୍ମାଣ ହୋଇଛି ଦୋକାନ ଗୃହ। ଏଭଳି ଅବୈଧ ବ୍ୟବସାୟୀକ ଗୃହ ନିର୍ମାଣ କାହା ସ୍ୱାର୍ଥରେ। ଯାହାକି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳରେ। ବଡ଼ବିଲ ରୁ କଳିଙ୍ଗ ଯିବା ରାସ୍ତାରେ ରେଲୱେ ଓଭର୍ବ୍ରିଜ୍ ନିକଟରେ ଏଭଳି ଅବୈଧ ବ୍ୟବସାୟୀକ ଗୃହ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତାକୁ ଦୈନଦିନ ବହୁ ସଂଖ୍ୟାରେ ଲୋକେ ବଡ଼ବିଲ, କଳିଙ୍ଗ ଓ ବଲାଣି କୁ ଯିବା ଆସିବା କରିବା ସହ ଏହି ରାସ୍ତା ଦେଇ ବହୁ ସଂଖ୍ୟାରେ ସ୍କୁଲ ପିଲାମାନେ ଯିବା ଆସିବା କରିଥାନ୍ତି, ରାସ୍ତା କଡ଼ରେ ଏହି ଦୋକାନ ଗୃହ ନିର୍ମାଣ ଫଳରେ ଆଗାମୀ ସମୟରେ ଟ୍ରାଫିକ ସମସ୍ୟା ଉତ୍ପନ ହେବା ସହ ଦୁର୍ଘଟଣା ଘଟିବାର ଅନେକାଂଶ ରେ ସମ୍ଭାବନା ରହିଛି। ଏହି ଅବୈଧ ନିର୍ମାଣ ସମୟରେ ବଡ଼ବିଲ ପୌରପାଳିକା କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ଏବଂ ଏହି ଅବୈଧ ନିର୍ମାଣ କୁ ନେଇ ବଡ଼ବିଲ ପୌରପାଳିକା ଅମିନଙ୍କୁ ପଚାରିବାରୁ ନିର୍ମାଣ କାରୀଙ୍କୁ ଏନେଇ ପୌରପାଳିକା ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା କହିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ଖାଲି କବାଟ ଲାଗିବା ବାକି ରହିଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଅବୈଧ ବ୍ୟବସାୟୀକ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ ସମ୍ଭବ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହୁଏ। ତେବେ ଦେଖାଯାଉ ଖବର ପ୍ରସାରଣ ପରେ ବଡ଼ବିଲ ପୌରପାଳିକା କତୃପକ୍ଷ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ନା ନୀରବଦ୍ରଷ୍ଟା ସାଜି ହାତବାନ୍ଧି ବସୁଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *