ବଡ଼ବିଲ ପୌରାଞ୍ଚଳରେ ହୋଟେଲ ଭିକି’ନୂତନଭାବେ ଶୁଭାରମ୍ଭ:
ବଡ଼ବିଲ : କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ବଡ଼ବିଲ-ଯୋଡ଼ା ହାଇୱେ, ହୋଣ୍ଡା ଶୋ’ରୁମ୍ ସମ୍ମୁଖରେ ଗ୍ରାହକଙ୍କ ସେବା ପାଇଁ ଆରମ୍ଭ ହୋଇଯାଇଛି ଏକ ସୁନ୍ଦର ଏବଂ ମନୋରମ ଫ୍ୟାମିଲି ରେଷ୍ଟୁରାଣ୍ଟ ‘ହୋଟେଲ ଭିକି’ । ଉତ୍ତମ ପରିବେଶ ସହ ସ୍ବାଦିଷ୍ଟ ଖାଦ୍ୟର ମଜା ନେବା ପାଇଁ ଏହା ଅଞ୍ଚଳବାସୀଙ୍କ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ପାଲଟିବାକୁ ଯାଉଛି। ଚଳିତ ପୂଜା ଉପଲକ୍ଷେ ‘ହୋଟେଲ ଭିକି’ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ‘ପୂଜା ଅଫର’ ଘୋଷଣା କରାଯାଇଛି। ଏହି ଅଫର ଅଧୀନରେ ପ୍ରତ୍ୟେକ ଗ୍ରାହକଙ୍କୁ ୩୦% ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି। ଏଥିସହିତ, ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ଅନ୍ୟ କୌଣସି ଛୋଟ-ବଡ଼ ପାର୍ଟି ଓ ବନ୍ଧୁମିଳନ ଉତ୍ସବ ଆୟୋଜନ ପାଇଁ ଏଠାରେ ସୁସଜ୍ଜିତ ଏବଂ ସମସ୍ତ ଆଧୁନିକ ସୁବିଧା ଥିବା ହଲ୍ ର ବ୍ୟବସ୍ଥା ରହିଛି। ସହରବାସୀଙ୍କୁ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ଆସି ସ୍ବାଦିଷ୍ଟ ଭୋଜନର ଆନନ୍ଦ ନେବା ସହ ‘ହୋଟେଲ ଭିକି’ ହୋଟେଲ୍ ର ସୁଯୋଗ ନେବାକୁ ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
