Spread the love

ଵଢ଼ୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର । ଖୋଲିଲା ଆଉ ୮ଟି ଗେଟ୍‌। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ। ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ । ବାମପଟର ୧୩ ଓ ଡାହାଣ ପଟର ୭ଟି ଗେଟ୍‌ ଖୋଲିଲା ।

ସାରା ରାଜ୍ୟରେ ଜାରି ରହିଛି ବର୍ଷା। କେତେକ ଜିଲାରେ ବନ୍ୟା ପରିସ୍ଥିତି ଉପୁଜୁଥିବାବେଳେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରି ସ୍ଥିତିରେ ରବିବାର ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହିସବୁ ଜିଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୨୦ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଥିବା ବେଳେ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭୁବନେଶର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେବା ସହ ବିଭିନ୍ନ ଜିଲାକୁ ସତର୍କ କରିଛି। ତେବେ ଶନିବାର ରାଜ୍ୟର ଅଧିକାଂଶ ଜିଲାରେ ଭାରି ବର୍ଷା ରେକର୍ଡ କରାଯାଇଥିବାବେଳେ ଆଉ କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। କଟକ ଓ ଭୁବନେଶ୍ୱରରେ ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ୨୯.୦ ମିମି, କେନ୍ଦୁଝରଗଡ଼ରେ ୧୯.୦ ମିମି, ଭଦ୍ରକରେ ୨୦.୨ ମିମି, ସମ୍ବଲପୁରରେ ୧୯ମିମି, ହୀରାକୁଦରେ ୧୬ ମିମି, କୋରାପୁଟରେ ୧୩.୨ ମିମି ଏବଂ ଚାନ୍ଦବାଲିରେ ୮.୨ ମିମି ବର୍ଷା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *