Spread the love

ବନବିଭାଗ ପକ୍ଷରୁ ଚଢାଉ, ତିନି ମାଙ୍ଗାନିଜ ବୋଝେଇ ଟ୍ରକ ଜବତ, ଲକ୍ଷାଧିକ ଟଙ୍କାର ଖଣିଜ ପଦାର୍ଥ ଜବତ୍

ଜୋଡ଼ା ୨୭/୧୨/୨୫(ଅକ୍ଷର ଓଡ଼ିଶା):କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ମାତ୍ରାରେ ଖଣିଜ ସମ୍ପଦ ଭରି ରହିଛି। ଅଧିକାଂଶ ସମୟରେ ଦେଖାଯାଏ କି ଏହି ଖଣିଜ ସମ୍ପଦ ଉପରେ ଖଣି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ। ଏବଂ ସେମାନେ ଏହାକୁ ଲୁଣ୍ଠନ କରି ଅନ୍ୟତ୍ର ଚୋରାଚାଲାଣ କରି ମଲାମାଲ୍ ହେଇଥାନ୍ତି। ସେଇଭଳି ଏକ ଖଣିଜ ପଦାର୍ଥ ଚୋରାଚାଲାଣ ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ। ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ଜବତ୍। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଚମ୍ପୁଆ ରେଞ୍ଜ, ଯୋଡ଼ା ଫରେଷ୍ଟ ସେକ୍ସନ ଅଧୀନ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଖଣିଜ ପଦାର୍ଥ ଚୋରା ଚାଲାଣବେଳେ ବନ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅଧୀନରେ ଥିବା ଯେlଡା ଖଣି ମଣ୍ଡଳ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟରେ ଚେlରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗର ଚଢ଼ାଉ, ମାଙ୍ଗାନିଜ ବୋଝେଇ ଚାଲିଥିବା ତିନୋଟି ଡମ୍ପର ଓ ବାଇକ୍ ଜବତ୍ କରିଛି ବନ ବିଭାଗ। ତେବେ ଅନ୍ଧକାର ସୂଯେlଗ ନେଇ ଘଟଣା ସ୍ଥଳରୁ ଖଣି ମାଫିଆମାନେ ଫେରାର ହେଇଯାଇଛନ୍ତି। ଜବତ୍ ମାଙ୍ଗାନିଜ ର ଆନୁମାନିକ ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *