Spread the love

ଭୂବନେଶ୍ୱର: ୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି । କଳାହାଣ୍ଡି ଜୟପାଟଣା ରେଞ୍ଜରେ ର୍ଦୁନୀତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନୀକରଣ ଦୁର୍ନୀତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ ହୋଇଛନ୍ତି।

ପ୍ରାୟ ୮୦ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି ।

କ୍ଷତିପୂରଣ ଆର୍ଥିକ ସହାୟତା ଯୋଜନାରେ ଅର୍ଥ ହେରଫେର ଅଭିଯୋଗ ଆସିଥିଲା ।ଗିରଫ ବନ ଅଧିକାରୀ ହେଲେ ଜୟପାଟଣା ଡେପୁଟି ରେଞ୍ଜର ଶୈରେନ୍ଦ୍ରୀ ବାଗ୍‌, ଫରେଷ୍ଟର ଉମେଶ ରାଉତ, ଫରେଷ୍ଟର ଦେବରାଜ ସୁନାନୀ ଏବଂ ଫରେଷ୍ଟ ଗାର୍ଡ ଅଶୋକ କୁମାର ସାହୁ ।

Leave a Reply

Your email address will not be published. Required fields are marked *