Spread the love

*ବନ ମହୋତ୍ସବ ସପ୍ତାହରେ ଭୁଲିଆଡିହି ଗାଁରେ “ମାଁ ପାଇଁ ଗଛଟିଏ”*

ବରଗଡ଼ (ପବିତ୍ର ମେହେର):ଗାଁକୁ ସବୁଜ ଓ ସୁନ୍ଦର କରିବା ପାଇଁ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ମୂଲବାର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଭୁଲିଆଡିହି ଗ୍ରାମରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନିରଞ୍ଜନ ବେହେରା, ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ, ହାସ୍ୟ କବି ଦେବେନ୍ଦ୍ର ସାହୁ ଓ ଶିକ୍ଷକ ଉପେନ୍ଦ୍ର ଖମାରୀଙ୍କ ନେତୃତ୍ୱରେ ” ମାଁ ପାଇଁ ଗଛଟିଏ” ଅଭିଯାନରେ ସବୁଜ ରଥ ପରିକ୍ରମା କରାଯାଇ ଗ୍ରାମ୍ୟ ପରିସରରେ ଅଁଳା, ଆତ, ଶିଶୁ, ଶାଗୁଆନ, ରାଧାଚୂଡା ଆଦି ୧୦୦ ରୁ ଉର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ମୂଲବାର ସରପଞ୍ଚ ତରଣୀ କୁମୁରା,ସ୍ଥାନୀୟ ସ୍ବେଚ୍ଛାସେବୀ କଳ୍ପ ଭୋଇ , ମିତ୍ରଭାନୁ ମିଶ୍ର,ଲୋକନାଥ ସାହୁ, ଅଧିକାରୀ ସାହୁ,ପିଣ୍ଟୁ ଭୋଇ,ରାଜାରାମ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଚାରାରୋପଣ କରିଥିବା ବେଳେ ବରଗଡ଼ ବନାଞ୍ଚଳ ଅଧୀନରେ ଥିବା କମଗାଁ ସେକ୍ସନର ବନପାଳ କୈଳାଶ ମାଝୀ, ବନରକ୍ଷୀ କିଶୋର ସେଠ୍,ଫରେଷ୍ଟ ସ୍କ୍ୱାର୍ଡ ସୁମନ୍ତ ମିର୍ଦ୍ଧା,ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ କମଗାଁ ବନ୍ୟପ୍ରାଣୀ ବନାଞ୍ଚଳର କମଗାଁ ବିଟ୍ ଓ ଭୁଲିଆଡିହି ବିଟର ବନରକ୍ଷୀ ରଶ୍ମିତା ବେହେରା,ଆଣ୍ଟିପୋଚିଂ ସ୍କ୍ୱାର୍ଡ ଓମ ପ୍ରକାଶ ସାହୁ ଏବଂ ପ୍ରୀତମ୍ ଗଡତିଆ,ଅଶ୍ୱିନୀ ସାହୁ,ଭଟଲି ବନାଞ୍ଚଳର ଡେପୁଟି ରେଞ୍ଜର ପ୍ରଶାନ୍ତ କୁମାର ଓରାମ,ବନପାଳ ରାଜେନ୍ଦ୍ର ସିଂ,ବନ୍ୟ ପ୍ରାଣୀ ସ୍କ୍ୱାର୍ଡ ବିଶ୍ଵନାଥ ବଣିଆ,ବନ୍ୟ ସୁରକ୍ଷା ସ୍କ୍ୱାର୍ଡ କିଶୋର ବାଗ,ସିଦ୍ଧେଶ୍ଵର ବଞ୍ଛୋର୍ ଯୋଗଦେଇ ଚାରାରୋପଣ କାର୍ଯ୍ଯରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *