Spread the love

ବରିଷ୍ଠ ସମାଜସେବୀ,ସମାଜ ସଂସ୍କାରକ ଜଳଧର ପଣ୍ଡାଙ୍କ ଦ୍ବାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ

ରାଜକନିକା ___ ରାଜକନିକା ବ୍ଲକ ଅନ୍ତର୍ଗତ ପ୍ରଧାନପଡା ଗ୍ରାମର ବିଶିଷ୍ଟ ସମାଜସେବୀ ଓ କର୍ମକାଣ୍ଡ ବିତ ଜଳଧର ପଣ୍ଡାଙ୍କ ଦ୍ବାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ବେଉରିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ସଞୟ କୁମାର ସାମଲ, ସାହିତ୍ୟିକ ଧନେଶ୍ଵର ରାଉତ, ଗୋବିନ୍ଦ ଚନ୍ଦ୍ର ନନ୍ଦ, ଶିକ୍ଷକ ନଛେନ୍ଦ୍ର ବଳ,ଅନ୍ନଦା ଶଙ୍କର ରାଉତ, ନିରଞ୍ଜନ ବେହେରା,ଅରୁଣ କୁମାର ସାମଲ, ବିଘ୍ନେଶ୍ୱର ଦାସ, ଶ୍ରୀବତ୍ସ ସାମଲ, ସାମ୍ବାଦିକ ସରୋଜ କୁମାର ସାହୁ, ଅଭିମନ୍ୟୁ ବାରିକ , ଶିବରାମ ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କ ବିଷୟରେ କହିଥିଲେ ଯେ ସେ ଏକାଧାରରେ ସମାଜସେବୀ,ସ୍ନେହି ଲୋକ, ପରୋପକାରୀ,ସମାଜ ସଂସ୍କାରକ ଓ ବିଶିଷ୍ଟ ବ୍ୟକ୍ତି ଥିଲେ ଏବଂ କର୍ମକାଣ୍ଡ ବିତ ଥିଲେ ।ତାଙ୍କ ଜିବନରେ ଅନେକ ଧର୍ମାନୁଷ୍ଠାନ ସହିତ ଜଡିତ ରହିଥିଲେ।ସମସ୍ତେ ଯୋଗଦେଇ ତାଙ୍କ ବିଷୟରେ ସ୍କୁତି ଚାରଣ କରିଥିଲେ। ଶେଷରେ ତାଙ୍କର ପୁତ୍ର ଶିକ୍ଷକ ବଟକୃଷ୍ଣ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଦେଇସଭାସାଙ୍ଗ କରିଥିଲେ।ଏହି ସ୍କୁତି ଚାରଣ ସଭାରେ ସ୍ବର୍ଗତ ପଣ୍ଡାଙ୍କ ପୁତ୍ର,ଝିଅ,ବୋହୁ, ଜୋଇଁ, ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତ ଅତିଥିଙ୍କୁ ସମ୍ମାନର ସହ ଉତ୍ତରୀୟ ପ୍ରଦାନ କରାଯାଇ ଥିଲା ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *