Spread the love

“ବର୍ଷା ହେବା କାରଣରୁ ସହ ସହ ଏକର ଜମିରେ ଧାନ ଫସଲ ନଷ୍ଟ”

ବରଗଡ:୧୯/୧୦(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ବଡଅନକି, ଘୁଚାପାଲି, ବଲାଙ୍ଗୀର ଗ୍ରାମରେ ଚଳିତ ବର୍ଷ ସେପ୍ଟେମ୍ବର ୨୩, ୨୪ ତାରିଖ ରେ ୫୨,୬୫ମିଳିମିଟର ବର୍ଷା ହେବା କାରଣ ଶହଶହ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଉଛି, ଠିକ ଭାବରେ ଖେଡ଼ ଆସୁନାହିଁ, କିଛି ପଚି ନଷ୍ଟ ହୋଇଯାଇଛି ସେଥିପାଇଁ ସମ୍ପୂଣ୍ଣ କ୍ଷତିପୂରଣ ଗ୍ରାମବାସୀଙ୍କ ଦାବିକରୁଛନ୍ତି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଏକ ପ୍ରତିନିଧି ମଣ୍ଡଳୀ ଯାଇ କ୍ଷେତ୍ର ପରିଦର୍ଶନ କରି ଦେଖିଛନ୍ତି ଏବଂ ତାଙ୍କ କହିବା ଅନୁସାରେ ଧାନ ଠିକ ଭାବରେ ଖେଡ଼ ଆସୁନାହିଁ,ଖେଡ଼ ଆସିଥିବା ଧାନ ପୋଲ ହୋଇଯାଉଛି ଏବଂ କିଛି ଧାନ ପଚି ନଷ୍ଟ ହୋଇଥିବା ସ୍ପିକର କରି ତୁରନ୍ତ ଇନପୁଟ ଏବଂ ଇନ୍ସୁରାନ୍ସ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *