Spread the love

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ବାଇକକୁ ଧକ୍କା ଦେଲା ଟ୍ରକ । ଯାହା ଫଳରେ ଜଣେ ମୃତ , ଜଣେ ଗୁରୁତର । ମୃତ ଜଣଙ୍କ ହେଲେ ତୁରଙ୍ଗ ଗ୍ରାମର ଦୁଖବନ୍ଧ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ ଏବଂ ଗୁରୁତର ଜଣଙ୍କ ହେଲେ ରାଜକିଶୋର ପଡା ଅଞ୍ଚର କଷ୍ଟୁ ସାହୁଙ୍କ ପୁଅ ରଞ୍ଜନ ସାହୁ । ସୂଚନା ଅନୁସାରେ ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ ଯୋଗେ ପାଲଲହଡା ଯାଉଥିବା ବେଳେ ସମଲ ସମାକୋଇ ବ୍ରିଜ ଉପରେ ପଛରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ଯାହା ଫଳରେ ଟ୍ରକଟି ବାଇକକୁ କିଛି ବାଟ ଘୋଷାଡି ନେଇ ଟ୍ରକ ପଳାଇ ଯାଇଥିଲା । ବାଇକକୁ ଟ୍ରକ ଘୋଷାଡିବା ବେଳେ ବାଇକଟି ନିଆଁ ଲାଗି ଜଳିଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୀପକଙ୍କର ମୃତ୍ୟୁ ଘଟିଥିବା ବେଳେ ରଞ୍ଜନ ଗୁରୁତର ଥିଲେ । ଖବର ପାଇ ସମଲ ପୁଲିସ ପହଞ୍ଚି ମୃତ ଙ୍କୁ ଉଦ୍ଧାର କରି ତାଳଚେର ମେଡିକାଲ ରେ ଭର୍ତି କରିଥିବା ବେଳେ ଗୁରୁତର ଙ୍କୁ ଉଦ୍ଧାର କରି ଖମାର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ରଞ୍ଜନ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ପଟେ ପୋଲିସ ଦୁର୍ଘଟଣା ର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *