Spread the love

ଆମ୍ବେଦକର ସେଵା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ଆଜ ତା ୨୨:୦୧:୨୦୨୫ ରିଖରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରସୋଳ ଥାନା ଅନ୍ତର୍ଗତ ବାବନ୍ଧ ଗ୍ରାମପଂଚାୟତର ବେଡାପଡା ଅନୁସୂଚିତ ଜାତି (ପାଣ )ର କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଗଣଧାରଣା ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି। ଗତ ତା ୧୨ ଜାନୁଆରୀ ୨୦୨୫ରିଖରେ ବେଡାପଡା ଖେଳପଡିଆରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଖେଳକୁ କେନ୍ଦ୍ରକରି ପିଲାମାନଙ୍କ ମଧ୍ୟରେ ଝଗଡ଼କୁ ନେଇ ବେଡାପଡା ଗ୍ରାମର ସରପଞ୍ଚ ରେଣୁବାଳା ବେହେରା ଙ୍କ ପ୍ରରୋଚନାରେ ଉଚ୍ଚ ଜାତିର ୨୫୦ ରୁ ଉର୍ଦ୍ଧ ଲୋକ ରାତିରେ ଆକ୍ରମଣ କରି ପାଣ ସାହିର ସମସ୍ତ ଘର, ଆଜବେଷ୍ଟ, ଦୋକାନ,ଗାଡି ମୋଟର, ନଳକୂପ, କୂଅ, ବିଦ୍ୟୁତ ସଂଯୋଗ ଆଦି ନଷ୍ଟ କରି ବାଡ଼ି, ଠେଙ୍ଗା, ଭୁଜାଲି, ଲୁହାରଡ଼, ପଥର ଆଦି ମରଣାସ୍ତ୍ର ଦ୍ୱାରା ଏହି ବର୍ବର କଣ୍ଡ କରିଛନ୍ତି। ଫଳରେ ଲୋକମାନେ ମାଡ ଓ ପଥର ମାଡ ଖାଇ ଜୀବନ ବିକଳରେ ଲୁଚିଛନ୍ତି, ନିର୍ଦୋଷ ପୁରୁଷ ଲୋକମାନଙ୍କୁ ରସୋଳ ପୋଲିସ ବେଆଇନ ଭାବେ ଗିରଫ କରି କୋର୍ଟ ଚାଲାଣ କରୁଛି। ଏ ସଂକ୍ରାନ୍ତରେ ପୀଡିତ ଲୋକମାନେ ଗତ ତା ୧୬/୦୧/୨୦୨୫ ରିଖରେ ନ୍ୟାୟ, କ୍ଷତିପୂରଣ ଓ ସୁରକ୍ଷାପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ଓ ତା ୧୭/୦୧/୨୦୨୫ ରିଖରେ ସଂଗଠନ ତରଫରୁ ଜିଲ୍ଲାପାଳଙ୍କୁ ବେଡାପଡା ର କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ, ସୁରକ୍ଷା, କ୍ଷତିପୂରଣ ଓ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଅନୁସାରେ ଖାଦ୍ୟ, ପାନୀୟ, କ୍ଷତିପୂରଣ ପ୍ରଦାନ ପାଇଁ ଲିଖିତ ଅଭିଯୋଗ କରାଯାଇଥିଲା। ଗତ ତା ୨୦/୦୧/୨୦୨୫ ରେ ବେଡାପଡା ର କ୍ଷତିଗ୍ରସ୍ତ ଲୋକେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଙ୍କୁ ନ୍ୟାୟ ସୁରକ୍ଷା ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସଂଗଠନ ସହିତ ମିଶି ଗଣଧାରଣା କରି ଜିଲା ପଲାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ବେଡାପଡା ଗ୍ରାମରେ ଶାନ୍ତି କମିଟି ଗଠନ, ପୋଲିସ ର ନିର୍ଦୋଷ ଲୋକମାନଙ୍କୁ ଗିରଫ ଓ ଭୟଭୀତ ନକରିବା, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଅନୁସାରେ ଖାଦ୍ୟ, ପାନୀୟ ଓ କ୍ଷତିପୂରଣ ପ୍ରଦାନ ଓ ସାହିର କୂଅ, ନଳକୂପ ମରାମତି ସହିତ ବିଦ୍ୟୁତ ସଂଯୋଗ ତୁରନ୍ତ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଂଗଠନ ର ସଭାପତି ପ୍ରଦ୍ୟୁମ୍ନ କୁମାର ନାଏକ, ସମ୍ପାଦକ ଚିତ୍ରସେନ ନାଏକ, ହିନ୍ଦୋଳ ସଂଯୋଜକ ପ୍ରଶାନ୍ତ ନାଏକ, ଗନ୍ଦିଆ ସଂଯୋଜକ ଅକ୍ଷୟ କୁମାର ମଲ୍ଲିକଙ୍କ ନେତୃତ୍ୱ ରେ ହୋଇଥିଲା ଓ ବେଡାପଡାର କ୍ଷତିଗ୍ରସ୍ତ ଲୋକମାନଙ୍କ ମାଧ୍ୟରେ ରୀନା ନାଏକ,, କଳାବତୀ ନାଏକ, ନିତ୍ୟାନନ୍ଦ ନାଏକ, ସବିତା ନାଏକ, ଅମ୍ବିକା ନାଏକ, ପିଙ୍କି ନାଏକ, ଗଗନ ନାଏକ, ଲଷ୍ମୀ ନାଏକ, ମଧୁସ୍ମିତା ନାଏକ, ସସ୍ମିତା ନାଏକ, ଆରତୀ ନାଏକଙ୍କ ସହିତ ସାହିର ସମସ୍ତ ମହିଳା ଓ ପିଲାମାନେ ଗଣଧାରଣା ରେ ଉପସ୍ଥିତ ହୋଇ ନ୍ୟାୟ ପାଇଁ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *