Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାରିହାପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ 

ଲୋଧଣୀ  ଦଳ କୁ ହରାଇ ପରଜଙ୍ଗ କ୍ରିକେଟ ଦଳ ଚାମ୍ପିୟନ 

(ଜେ ବି ଏନ/ସୁଶାନ୍ତ କୁମାର) ୨୪/୦୧ /୨୦୨୧ ଢେଙ୍କାନାଳ /ପରଜଙ୍ଗ: ଆଜି ବାରିହାପୁର ଗ୍ରାମ ପଞ୍ଚାୟତର ବାବା ଗୋବିନ୍ଦାସ୍ ଖେଳ ପଡିଆ ଠାରେ ବାରିହାପୁର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ ରେ ଲୋଧଣୀ ଓ ପରଜଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖ, ବିକାଶ ପ୍ରଗତିର ସାଥି ସମସ୍ତଙ୍କର ଅତି ପ୍ରିୟ ଯୁବନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଉଦଘାଟନ କରିଥିଲେ।ଯୁବନେତା ଅସିତ ଙ୍କ କହିବା ଅନୁଯାୟୀ ଆଜିର ଦିନରେ କ୍ରିକେଟ ଖେଳ ଦେଶ ବିଦେଶରେ ସବୁଠି ଲୋକପ୍ରିୟ ଖେଳ, ଏହି ଖେଳ ଖେଳିବା କିମ୍ବା ଦେଖିବା ପାଇଁ କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ସବୁବେଳେ ପ୍ରତିଯୋଗିତା ଲାଗି ରୁହେ, କ୍ରିକେଟ ଖେଳିବା ଦ୍ୱାରା ଆମର ସୁସମ୍ପର୍କ ଭାଇଚାରା ଅତି ନିବିଡ ହୋଇ ଥାଏ ସର୍ବ ସାଧାରଣ ଙ୍କ ମଧ୍ୟରେ ଭଲ ପାଇବା ଆତ୍ମ ବିଶ୍ୱାସ ବଢିଥାଏ ଏହା ଆମ ସଂକୃତି ପରମ୍ପରା ସହିତ ମନ୍ଧ୍ୟ ଜଡିତ, ସମସ୍ତ ଯୁବ ବନ୍ଧୁ ମାନେ କ୍ରୀଡା କ୍ଷେତ୍ରରେ ଭାଗ ନିଅନ୍ତୁ ଏବଂ ସବୁବେଳେ ସୁସ୍ଥ ଆଉ ସୁରକ୍ଷିତ ରେ ରୁହନ୍ତୁ କହି ବକ୍ତବ୍ୟ ଶେଷ କରିଥିଲେ।

ଆଜିର ମ୍ୟାଚରେ ଲୋଧଣୀ କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୦୩ ଉଇକେଟ ହରାଇ ୧୨୮ ରନ୍ କରିଥିବା ବେଳେ ପରଜଙ୍ଗ ୧୪ ଓଭର ଦୁଇ ବଲରେ ୦୫ ୱିକେଟ୍ ହରାଇ ଚମ୍ପିୟାନ ହୋଇଥିଲା । ଉଭୟ ଦଳ କୁ ମୁଖ୍ୟ ଅତିଥି ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସମ୍ପାଦକ ଭୂପେଶ ଚନ୍ଦ୍ର ପ୍ରଧାନ, ସରପଞ୍ଚ ଦୁଷ୍ମନ୍ତ ନାଏକ, ନରେନ୍ଦ୍ର ବିଶ୍ୱାଳ, କୈଳାଶ ସାହୁ, ଡିଲ୍ଲେଶ୍ୱର ସାହୁ, ଅରୁଣ ସାହୁ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ