Spread the love

ବାଳକାଟିରେ ଘରପୋଡି

‘ଆଜି ଦ୍ବିପ୍ରହର ବାଳକାଟି ଗ୍ରାମର ଲୋକନାଥ ସାହୁଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୁଟାଜାଳରୁ ହଠାତ୍ ନିଆଁ ଲାଗି ଘରେ ନିଆଁ ଲାଗିଯାଇଥିଲା। ସେହି ସମୟରେ କିଛି ସମୟ ପାଇଁ ତାଙ୍କ ସ୍ତ୍ରୀ ବାହାରକୁ ଯାଇଥିଵା ଵେଳେ ଘର ଭିତରେ ଥିଵା ଆସଵାସ, ଲୁଗାପଟା ଇତ୍ୟାଦି ପୋଡି ଯାଇଥିଲା। ନିଆଁଲିଭା କାର୍ଯ୍ୟରେ ଗ୍ରାମର ଯୁବକ ରବିନ୍ଦ୍ର ସାହୁ ଓ ପ୍ରଭାତ ନାଥଙ୍କ। ସହ ଗ୍ରାମବାସୀ ସହଯୋଗ କରି ନିଆଁକୁ ଆୟତ୍ତ କରି ଥିଲେ, ଦମକଳ ବିଭାଗ ପକ୍ଷରୁ ପହଞ୍ଚି ସହଯୋଗ କରିଥିଲେ। ନିଆଁଲିଭା ସମୟରେ ଜଣେ ଯୁବକ ଚାଳରୁ ପଡିଯାଇ ଆଘାତପ୍ରାପ୍ତ ହୋଇ ଆଳି ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି ଉକ୍ତ ପରିବାରର ମୂଖ୍ୟ ଲୋକନାଥ ଵାହାରେ ରହି ଲେବର କାମ କରୁଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଉକ୍ତ ପରିବାରକୁ ପ୍ରଶାସନ ସାହାଯ୍ୟର ହାତ ବଢାଇବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *