Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

 

ଜେ ବି ଏନ, ୩୦/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର 19,2020ରେ ବାଙ୍ଗାଲୋର/ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା।

 

ବିନ୍ଦୁୱାରୀ ବିବରଣୀ :

 

ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

 

ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା କାର୍ଯ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର୍ଯ୍ୟ ଯୋଜନା ଉପରେ କାମ କରିବ।

 

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :

 

ଏହି ଏମଓୟୁ କାର୍ଯ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର୍ଯ୍ୟଯୋଜନା ଉପରେ କାମ କରିବା ଲାଗି ସହଯୋଗର ବିଶେଷ କ୍ଷେତ୍ରରେ କାର୍ଯ୍ୟକାରିତାର ବ୍ୟବସ୍ଥା କରାଯିବ ତଥା ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ।

 

ପ୍ରମୁଖ ପ୍ରଭାବ :

 

ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

 

ହିତାଧିକାରୀଙ୍କ ସଂଖ୍ୟା :

 

ଏହି ଏମଓୟୁ ମାଧ୍ୟମରେ ଭୂଟାନ ସରକାରଙ୍କ ସହିତ ସହଯୋଗ ଫଳରେ ମାନବ ଜଗତର ହିତା ଲାଗି ମହାକାଶ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ପ୍ରୋତ୍ସାହନ ମିଳିବ। ଯାହାଫଳରେ ଦେଶର ସମସ୍ତ ସମୁଦାୟ ଏବଂ କ୍ଷେତ୍ର ଲାଭବାନ ହେବେ।