ବିକଳ୍ପ ରାଜନୀତି ମାଧ୍ୟମରେ ସମାଜରେ ସମାନତା ଆସି ପାରିବ ,ନବ କୃଷ୍ଣ ଜଣେ ରାଜର୍ଷି ଥିଲେ ବୋଲି ୧୨୫ ତମ ଜୟନ୍ତୀରେ ବକ୍ତବ୍ୟ
ବାମରା:୨୩/୧୧: ନବକୃଷ୍ଣ ଜୟନ୍ତୀ କମିଟି ଓ ଜରାବଗା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି ।କମିଟିର ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପଟ୍ଟା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ରାଜର୍ଷି ଥିଲେ । ସେ ତାଙ୍କ ବକ୍ତବ୍ୟରେ ନବ ବାବୁଙ୍କ ଦ୍ଵାରା ପ୍ରଣୀତ ନିଶା ନିବାରଣ,ଓଡ଼ିଆକୁ ସରକାରୀ ଭାଷା ଘୋଷଣା ଓ ଭୂସଂସ୍କାର ଆଇନ ର ଉଚ୍ଚ ପ୍ରଶଂସା କରି ବିକଳ୍ପ ରାଜନୀତି ମାଧ୍ୟମରେ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି କହିଥିଲେ ।ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍ ନବ ବାବୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ପ୍ରରମ୍ବରେ ପ୍ରଧାନ ଶିକ୍ଷକ ବିଭୀଷଣ କିଷାନ୍ ସ୍ଵାଗତ ଭାଷଣ ଦିବସର ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ ।ହିନ୍ଦୀ ଶିକ୍ଷକ ଗୋପ ବନ୍ଧୁ ପଧାନ ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା କରିଥିଲେ । ଶେଷରେ ରଞ୍ଜିତା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଛାତ୍ର,ଛାତ୍ରୀ ଗଣ ନିଶା ନିବାରଣ,ବୃକ୍ଷ ରୋପଣ ଓ ମାତୃ ଭାଷାକୁ ସମ୍ମାନ ଦେବା ପାଇଁ ଶପଥ ପାଠ କରିଥିଲେ ।ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।ଅନ୍ୟ ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମିନୀ ମାରେଇ,ଶାନ୍ତି ସୁମନ,ରସିତ ଖାଲ କୋ, ନିରୁପମା ଖମାରୀ, ମିଳି ନାଏକ,ସରୋଜ ପଟେଲ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ ।
