Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଚ୍‌ ରାସ୍ତାରେ ଜଳିଗଲା ବସ୍‌, ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସବୁ ଯାତ୍ରୀ ସୁରକ୍ଷିତ

ଜେ. ବି. ଏନ୍ (୧୧/୦୧ /୨୦୨୧)

ଫୁଲବାଣୀ: ବିଚ୍‌ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍‌, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆଜି ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି।ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ଏଚ୍‌ ୫୯ରେ ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଛକ ଠାରେ ଠାରେ ଦେଖିବାକୁ ମିଳିଛି। ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ୍‌.ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସ୍‌ରେ ସଟ୍‌ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ଜଣାପଡ଼ିଥିଲା। ବସ୍‌ରେ ନିଆଁ ଲାଗି ଯାଇଥିବା ଜାଣିପାରି ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ସମେତ ସମସ୍ତ ଯାତ୍ରୀ ବସ୍‌ରୁ ଓଲ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଶ୍ଚିତ ମୃତ୍ୟୁ ମୁଖରେ ଅଳ୍ପକେ ବର୍ତ୍ତିଯାଇଥିବା ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇନଥିବା ଜଣା ପଡ଼ିଛି।