Spread the love

ବ୍ରହ୍ମପୁର, ୧୪/୧୧ : ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କର ମହାବିଜୟ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ଡବଲ୍‌ ଇଞ୍ଜିନ୍‌ ସରକାରଙ୍କର ଓଡ଼ିଶା ପ୍ରତି, ବିଶେଷକରି ନୂଆପଡ଼ାର ବିକାଶ ପ୍ରତି ନିରନ୍ତର ଗୁରୁତ୍ୱ, ଏହି ଜନାଦେଶରେ ପ୍ରତିଫଳିତ ହୋଇଛି । ନୂଆପଡ଼ାବାସୀ ବିଜେଡ଼ି ଓ କଂଗ୍ରେସ ନେତାଙ୍କର ମନଗଢ଼ା କଥା ଓ ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ୱାସ କରିନାହାନ୍ତି, ବରଂ ସେମାନେ ବିଜେପିର ବିକାଶ ଏବଂ ସୁଶାସନକୁ ବାଛିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିକୁ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅକୁଣ୍ଠିତ ସମର୍ଥନ ଦେଇଥିବା ପ୍ରତି ନୂଆପଡ଼ାବାସୀଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏଥିରୁ ପ୍ରମାଣିତ ହେଲାଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିବାକୁ ଲଗିଲାଣି ବୋଲି ଜିଲ୍ଲା ସଭାପତି ସରୋଜ ସାବତ ପ୍ରକାଶ କରିଛନ‌୍ତି । ସେହିଭଳି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଆ ପୁଅଙ୍କ ଉପରେ ଯେଉଁ ଅଖଣ୍ଡ ବିଶ୍ବାସ ରହିଛି ସେହି ବିଶ୍ଵାସକୁ ଆଜି ବାସ୍ତବରେ ପରିଣତ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଶା ଠୁ ବହୁ ଅଧିକ ଭୋଟରେ ବିହାରରେ ବିଜେପି ଜିତିଛି । ଆମେ ଆଜି ଆମ ଓଡ଼ିଆ ପୁଅ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତା ଏବଂ ତାଙ୍କ ଦୃଢ଼ ରଣନୀତି ପାଇଁ ଗର୍ବିତ ବୋଲି ଦଳୀୟ ନେତୃବୃନ୍ଦ ଆଜି “ବିଜୟ ଉତ୍ସବ” ପାଳନ ଅବସରରେ କହିଛନ୍ତି । ବିହାର ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତା ଏବଂ ରାଜନୈତିକ ଅଭିଜ୍ଞତା ଏବଂ ରଣନୀତି ଚକ୍ରବ୍ୟୁହରେ ଫସିଲେ ମହାଗଠବନ୍ଧନ । ଓଡ଼ିଆ ମାଟିର ଗର୍ବ ଓ ଗୌରବ ତଥା ବିହାର ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବିହାର ବିଧାନସଭାରେ ପ୍ରଚଣ୍ଡ ବିଜୟ ଅବସରରେ ଗଞ୍ଜାମ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଆଜି ଦଳ ପକ୍ଷରୁ ବ୍ରହ୍ମପୁର ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆତସବାଜି ସହ ବାଜା ବଜାଇ ମିଷ୍ଟାନ ବଣ୍ଟନ କରି “ବିଜୟ ଉତ୍ସବ” ପାଳନ କରିଥିଲେ । ଆଜିର ଏହି “ବିଜୟ ଉତ୍ସବ” ପାଳନ ଅବସରରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ରାଜ୍ୟ ପ୍ରବକ୍ତା ଟି.ଗୋପି,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଶିବ ଶଙ୍କର ସାହାଣୀ,ଶରତ ପଟ୍ଟନାୟକ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ୱତୀ ଦେବୀ,ବାଳକୃଷ୍ଣ ସାମନ୍ତରା,ନିବେଦିତା ପାଢ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମାୟାନନ୍ଦ ଦାସ,ବନମାଳୀ ସେଠୀ,କର୍ପୋରେଟର ସବିତା ସାହୁ,ଅନ୍ୟତମ କର୍ପୋରେଟର ବନିତା ସାହୁ,କୀର୍ତ୍ତନ ଦାସ,ମଣ୍ଡଳ ସଭାପତି ବର୍ଷା ବିଦ୍ୟୁସ୍ମିତା,ରୀତା ସେଠୀ,ରାମକୃଷ୍ଣ ପଟ୍ଟନାୟକ,ସୁମନ୍ତ ସାହୁ,ମୋନିତା ଦାସ,ସ୍ମିତାଲି ସ୍ମୃତି ସ୍ନିଗ୍ଧା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ରବି ରାଓ,ସମ୍ପାଦକ କିଶୋର କୁମାର ସାହୁ,ସୂର୍ଯ୍ୟ ନାରାୟଣ ଦାସ,ଭାବଗ୍ରାହୀ ପାଳ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଧର୍ମରାଜ ପାଣିଗ୍ରାହୀ,ବିଷ୍ଣୁ ସୁବୁଦ୍ଧି,ଜି.ରାଜେନ୍ଦ୍ର ପ୍ରସାଦ,ଶିବ ପ୍ରସାଦ ଦାସ,ବିନୋଦ ସିଂ,ଶିବା ଯାଦବ,ବିକି ଆଚାରୀ,କୃଷ୍ଣ ପଲାଇ,ସୁନିଲ ପଣ୍ଡା,ଶଙ୍କର ପ୍ରଧାନ,ପ୍ରଦୀପ ପୃଷ୍ଟି,ସଞ୍ଜୟ କୁମାର ଦାସ,ଆଇନଜୀବି କୁଞ୍ଜ ବିହାରୀ ପଣ୍ଡା,ଉଷା ମହାପାତ୍ର,ନମିତା ରାଣୀ ପଣ୍ଡା,ପ୍ରେମଶିଳା ନନ୍ଦ,ଶ୍ରୀନିବାସ ସୁବୁଦ୍ଧି, ମଦନ ସାହୁ,ସଚିନ୍ ପଣ୍ଡା,ଚିତ୍ତରଞ୍ଜନ ସାହୁ,ନୀଳକଣ୍ଠ ବେହେରା,ସଞ୍ଜୟ ଜେନା,ପୂଜାଲିନ୍ ମହାରଣା,ସନ୍ତୋଷ ପଟ୍ଟନାୟକ,ଅମର ସାହୁ,ସୁମନ୍ତ ରାଉତ,ଅଜୟ ଦାସ,ଶ୍ରୀଧର ପାଳ,ଅର୍ଜୁନ ଦାସ,ସୁମନ ରାଉଳ,ଶୁଭମ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି “ବିଜୟ ଉତ୍ସବ” ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *