Spread the love

ଭୂବନେଶ୍ୱର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ହଟେଇଛି ବିଜେପି । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ‘୧୨ବର୍ଷ ହେବ ଆପ୍ ସରକାରର ମିଛ ପ୍ରତିଶ୍ରୁତିରେ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା ।

ଦିଲ୍ଲୀରେ ମୋଦି ଗ୍ୟାରେଂଟି ଏବଂ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରୁ ଦଳ ବିପୁଳ ସଂଖ୍ୟାରେ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ‘ଆଜି ସାଂସଦ ଶ୍ରୀ ପଣ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ସେ କର୍ମକର୍ତ୍ତାମାନଙ୍କ ସହିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବିଧାୟକ ଡ.ଦୁର୍ଗା ପ୍ରସନ ନାୟକ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ଅରିନ୍ଦମ ରାୟ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ବାଚନରେ ବିଜୟ ଲାଭ କରିବାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଶ୍ରୀ ପଣ୍ଡା ପ୍ରମୁଖ ଭୂମିକା ନିଭାଇଥିଲେ । ସେ ଦଳକୁ ଏକତ୍ରିତ କରିବା ସହ ‘ଆପ୍‌’ ଦଳର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ଦିଲ୍ଲୀବାସୀଙ୍କ ପାଖରେ ପହଁଚାଇବାରେ ସଫଳ ହୋଇଥିଲେ । ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ନେବାପରେ ସଫଳ ଗୋଟିଚାଳନା କରି ସେ ନିର୍ବାଚନକୁ ସୁପରିଚାଳନା କରିଥିଲେ । ଏହା ପୂର୍ବରୁ ଆସାମ ବିଧାନସଭା ଓ ପୌର ନିର୍ବାଚନରେ ମଧ୍ୟ ବିଜେପିକୁ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

Leave a Reply

Your email address will not be published. Required fields are marked *