ବିଜ୍ଞାନ, କଳା ଓ ଶିଳ୍ପକଳା ପ୍ରଦର୍ଶନୀ
ଭଟଲି(ଅଭିମନ୍ୟୁ ପଧାନ ) : ଭଟଲି ବ୍ଳକ ଅନ୍ତର୍ଗତ କର୍ଲାଯୋରୀ ଅନ୍ତପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବିଜ୍ଞାନ, କଳା ଓ ଶିଳ୍ପକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମୋଟ ୫୯ଟି ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶିତ ହୋଇଥିଲା। କମଗାଁ ୟୁନିୟନ ବ୍ୟାଙ୍କ ଶାଖା ପ୍ରବନ୍ଧକ ଆଶିଷ କୁମାର ଶର୍ମା ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିବା ବେଳେ ଅନ୍ତପାଲି କ୍ଲଷ୍ଟର ସିଆରସିସି ଶୁକ୍ର ଗର୍ଡିଆ, ସମାଜସେବୀ ଦୁଷ୍ମନ୍ତ ମହାପାତ୍ର, ହାସ୍ୟକବି ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷ ଆଦିତ୍ୟ ଦୁଆନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦର୍ଶନୀର ଉଦ୍ଘାଟନ ଏକ ଅଭିନବ ଡିଜିଟାଲ୍ ପଦ୍ଧତିରେ କରାଯାଇଥିଲା। ଏଥିସହ ବୈଜ୍ଞାନିକ ରାସାୟନିକ ପଦ୍ଧତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିବା ବେଳେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ପ୍ରତୀକ ଭାବେ ‘ବିଜ୍ଞାନ ପୁରୁଷ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା ମଡେଲ୍ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଏମ୍ ପି. ଜ୍ୟୋତି ପ୍ରକାଶ ଓ ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ପ୍ରଧାନ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ l

