Spread the love

ବିପଜ୍ଜନକ ଅବସ୍ଥାରେ ବଡଚେରର୍ଗାଁ ନଦୀରାସ୍ତା &ମରଣ ଯନ୍ତା ପାଲଟିଛି ବଡଚେରଗାଁରୁ ନଦୀରାସ୍ତା

ଗୋଲାମୁଣ୍ଡା ୦୯/୦୮/୨୫ () ସରକାର ଲୋକଙ୍କ ଗମନା ଗମନ ସକାଶେ ଗାଁ ଠାରୁ ସହରକୁ ରାସ୍ତା ତିଆରି କରିବା ପାଇଁ କୋଟି କୋଟି ଅର୍ଥରାଶି ମଞ୍ଜୁର କରି ସୁବିଧା ଯୋଗାଇ ଦେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡ଼ଚେରଗାଁ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ନଦିବ୍ରିଜ୍ ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ଥିବାରୁ ଲୋକେ ନାହିଁ ନଥିବା ଅବସ୍ଥାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଏହି ରାସ୍ତାଟି ମୁଖ୍ୟ ଜିଲ୍ଲା ସଦର ମହକୁମାକୁ ଯାଉଥିବା ବେଳେ ଏହି ରାସ୍ତା ଦେଇ ଗୋଲାମୁଣ୍ଡା ବ୍ଲକର ପ୍ରାୟ ଅଞ୍ଚଲ୍ ଲୋକେ ତଥା ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଯିବା ଆସିବା କରିଥାନ୍ତି ହେଲେ ନିମ୍ନ ମାନର କାମ ଯୋଗୁଁ ରାସ୍ତା ହୋଇ କିଛି ଦିନ ମଧ୍ୟରେ ଉକ୍ତ ରାସ୍ତାଟି ଠାଏ ଠାଏ ରାସ୍ତାରେ ବଡ଼ ବଡ଼ ଖାଲ ଖମ ଗର୍ତ୍ତ ରହିଯାଇଛି। ଯାହାଫଳରେ କିଛି ଲୋକେ ଦୁର୍ଘଟଣାର ଶୀକାର ହେବାକୁ ପଡୁଛି। ଏହିରାସ୍ତ ଦେଇ ସ୍କୁଲ କଲେଜ୍ ଛାତ୍ର ଛାତ୍ରୀ ସାଙ୍ଗକୁ ଅଞ୍ଚଲର ହଜାର ହଜାର ଲୋକେ ମଧ୍ୟ ଯିବା ଆସିବା କରୁଛନ୍ତି ।ଉକ୍ତ ରାସ୍ତାରେ ଯାତାୟତରେ ବାଧା ବିଘ୍ନ ସାଙ୍ଗକୁ କିଛି ଲୋକେ ଦୁର୍ଘଟଣାର ଶିକାର ହେବାର ଶୁଣିବାକୁ ମିଳିଛି।ଏନେଇ ଆଜି ପଥଚାରୀ ମାନେ ଗୋଲାମୁଣ୍ଡା ସାମ୍ବାଦିକଙ୍କ ଆଗରେ ପ୍ରତିକ୍ରିୟା ରଖିଥିଲେ।ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କୁ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଫୋନ୍ ଯୋଗେ ପଚାରିବାରୁ ଅଳ୍ପଦିନ ଭିତରେ ରାସ୍ତା ମରାମତି କରାଯିବା ବୋଲି ଫୋନ ଯୋଗେ ମତପୋଷଣ କରିଥିଲେ।ଯଦି ଏହି ରାସ୍ତା ଯୁଦ୍ଧ କାଳୀନ ଭିତିରେ ମରାମତି କରାନଯାଏ ତାହେଲେ ଆଗାମୀ ଦିନରେ ରାସ୍ତାରୋକ କରାଯିବା ବୋଲି ଚହକା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦନାର ବାଗ, ବଡଚେର ଗାଁ ପଞ୍ଚାୟତ ସମିତି ସଭ୍ୟ ଟୁଟୁ ମହାନ୍ତି, ଜଗନ୍ନାଥ ସୁନାନୀ ,ପିତାମ୍ବର ବାଗ,କୁଳମଣି ଶିଖା,ଚକ୍ର ଭୋଇ, ସହିତ ଅଞ୍ଚଳବାସୀ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଥିଲେ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *

You missed