Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିପଦଜନକ ଅବସ୍ଥାରେ ରହିଛି ପୋଲ, ମରାମତି ଦାବି

ଜେ.ବି. ଏନ୍ ୩୦/୧୨/୨୦୨୦ (ରିପୋର୍ଟ୍, ସୌମ୍ୟରଞ୍ଜନ ଶତପଥି),

କଣିହାଁ : ବିପଦଜନକ ଅବସ୍ଥାରେ ରହିଛି ପୋଲ। ବାରମ୍ଵାର ଦୁର୍ଘଟଣା ଗ୍ରସ୍ତ ହେଉଛି ଗାଡ଼ି। ଗୋଡ଼ିବନ୍ଧରୁ ତାଳଚର କୁ ସଂଯୋଗ କରୁଥିବା ରାସ୍ତାର ରାଧାରମଣପୁର ଠାରେ ଏହି ପୋଲଟି ଅଧା ଭଙ୍ଗା ଅବସ୍ଥାରେ ରହିଛି।

ଶୀତ ଋତରେ ସକାଳ ଏବଂ ସନ୍ଧ୍ୟାରେ କୁହୁଡି ଯୋଗୁଁ ରାସ୍ତା ସ୍ପଷ୍ଟ ଭାବରେ ଦେଖା ନ ଯାଉ ଥିବାରୁ ଅନେକ ଦୁର୍ଘଟଣା ଘଟୁଛି ଓ ଏଥିପାଇଁ ବହୁତ ଲୋକ ମୃତ୍ୟୁବରଣ କରିଛନ୍ତି।

ଦୀର୍ଘ ୩ ମାସ ହେଲାଣି ପୋଲଟି ଭଙ୍ଗା ଅବସ୍ଥାରେ ରହିଛି। ଚରିବା ପାଇଁ ଆସୁଥିବା ପଶୁ ମଧ୍ୟ ଆସି ପଡି ଯାଉଛନ୍ତି। ସ୍ଥାନୀୟ ଲୋକ ମାନେ ଅସ୍ଥାୟୀ ଭାବରେ ବାଉଁଶ ପୋତି ମରାମତି କରିଛନ୍ତି। ଏହି ପୋଲ ପ୍ରତି ପ୍ରଶାସନ ଗୁରୁତ୍ବ ଦେବା ନିହାତି ଆବଶ୍ୟକ ।