Spread the love

ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ପୁର୍ବତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ସାକ୍ଷାତକାର

ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମର ସ୍ବର୍ଗତ ମହେଶ୍ୱର ସାମଲ ଓ ସ୍ବର୍ଗତ ସୁରୁଜି ଦେଇଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ସାମଲ।ତାଙ୍କର ଜନ୍ମ ୧୯୫୧ ମସିହାରେ ।ସେତେବେଳର ଯାଜପୁର ସ୍ଥିତ କଲେଜରୁ ବିଏ ପାଶ କଲାପରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କଣ୍ଟିପୁରର କୁଳସାହି ଠାରେ ଜନ୍ମ ନିଏ କଣ୍ଟିପୁର କୂଳସାହି ନୋଡାଲ ଉପ୍ରା ବିଦ୍ୟାଳୟ। ବିଦ୍ୟାଳୟ ହେବା ଠାରୁ ଅବସରପ୍ରାପ୍ତ ହେବାଯାଏ ସେହି ସ୍କୁଲରେ ପ୍ରଧାନଶିକ୍ଷକ ପଦବୀରେ ଗୋବିନ୍ଦ ଚନ୍ଦ୍ର ସାମଲ ଦାୟିତ୍ୱରେ ରହିଆସିଥିଲେ। ଅବସରପ୍ରାପ୍ତ ପରେ ମଧ୍ୟ ଦୁଇ ବର୍ଷ ସେଠାରେ ମଧ୍ୟ କାର୍ଯ୍ୟ କରିଥିଲେ।ଅବସର ନେବା ପରେ କଣ୍ଟିପୁର ଓ ଆଖପାଖ ଅଞ୍ଚଳର ୧୪ ଟି ମନ୍ଦିର ସହିତ ଓତୋପ୍ରୋତ ଭାବରେ ସଂପୃକ୍ତ ଓ ଉନ୍ନତି କରଣ ପାଇଁ ଏବେ ସୁଦ୍ଧା ବୟସର ଅପରାହ୍ନରେ ଉଦ୍ୟାମ ରତ ଅଛନ୍ତି।ଏହି ମନ୍ଦିର ମଧ୍ୟରୁ ୮ଟି ମନ୍ଦିରର ନିର୍ମାଣ କାର୍ଯ୍ୟ ସହିତ ପୁଜା ଓ ଯଜ୍ଞନୁଷ୍ଠାନ ସିଧାସଳଖ ସଂପର୍କ ରହିଥାଏ ଓ ଅବଶିଷ୍ଟ ୬ ଟି ଅନୁଷ୍ଠାନ ସହିତ ପରୋକ୍ଷ ଭାବରେ ସଂପୃକ୍ତ ରହିଥାଏ।ଏହା ବ୍ୟତିତ ବିଂଝାରପୁର ଓ ଆଖପାଖ ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠାନକୁ ମଧ୍ୟ ସାହାଯ୍ୟର ହାତ ବଢାଇଥାନ୍ତି।ତାହା ସହିତ ଦୁଃଖୀ ରଙ୍କି ମାନଙ୍କୁ ଆର୍ଥୀକ ସହାୟତା ଯୋଗାଇ ଦେବା ସହିତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସହାୟତ ପ୍ରଦାନ କରିଥାଆନ୍ତି।ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ସହଯୋଗର ହାତ ବଢେଇ ବିଶେଷ ଆନନ୍ଦିତ ଅନୁଭବ କରିଥାଆନ୍ତି।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ। ସ୍ତ୍ରୀ ବହୁ ଆଗରୁ ଆର ପାରିକୁ ଚାଲି ଯାଇଛନ୍ତି ।ତାଙ୍କର ବୋହୁ ଲିପିକା ପ୍ରିୟଦର୍ଶିନୀ ଦାସ ସହକାରୀ ଶିକ୍ଷୟିତ୍ରୀ ଭାବରେ କଲ୍ୟାଣ ପୁର ସ୍ଥିତ କନ୍ୟାବିଦ୍ୟାଶ୍ରମ ଉଚ୍ଚବିଦ୍ୟାଳୟ ରେ ଅବସ୍ଥାପିତ ଅଛନ୍ତି । ବିଂଝାରପୁର ଓ ବରୀ ମଧ୍ୟବର୍ତ୍ତୀ ଅଙ୍ଗାଳୋ ପଞ୍ଚାୟତର ଶ୍ୟାମେଶ୍ଵର ମନ୍ଦିରର ସଂପାଦକ ଭାବରେ ଏବେ ସୁଦ୍ଧା ସୁଚାରୁରୂପେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ କଣ୍ଟିପୁର ଠାରେ ଏକ ବିରାଟ ଘାଇ ହୋଇଥିଲା।ଘାଇ ହେବାଦ୍ବାରା ବହୁ ଅଞ୍ଚଳ ବିଶେଷ ଭାବରେ କ୍ଷତି ଘଟିଥିଲା। ଚାଷଜମି ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଥିଲା।ବନ୍ୟା ପ୍ଳାବିତ ହେବା ଫଳରେ ୬ ମାସ ଧରି ଚାଷ ଜମିରେ ପାଣି ରହିଥିଲା।ପାଣି କିଭଳି ବାହାରିବ ଓ ଲୋକମାନେ କିଭଳି ଭଲରେ ଜିବନ ଯାପନ କରିବେ ସେଥିପାଇଁ ଗ୍ରାମବାସୀଙ୍କ ସହିତ ଗୋବିନ୍ଦ ଚନ୍ଦ୍ର ସାମଲ ସରକାରଙ୍କ ପାଖକୁ ଯାଇ ଅସଫଳ ହେବାରୁ ଲୋକମାନଙ୍କ ପାଖକୁ ଯାଇ ସାହାଯ୍ୟ ଓ ସହଯୋଗ ଯୋଗୁଁ ଘାଇ ବନ୍ଧ କରିଥିଲେ।ଲୋକମାନେ ଭଲରେ ଜିବନ ଯାପନ କାଟିଥିଲେ।ସେବେଠାରୁ ଆଜିଯାଏଁ ସମାଜସେବା କାର୍ଯ୍ୟ କରି ଆସୁଛନ୍ତି।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *