ବିଶ୍ୱପାଳୁଛି ବିଶ୍ୱ ପ୍ରାଣୀ ଦିବସ
କାଗଜପତ୍ର ଓ ନାଲିଫିତା ଫାଇଲ୍ ଭିତରେ କାର୍ଯ୍ୟକ୍ରମ
ତାଳଚେର, ୦୫/୧୦ ବିଶ୍ୱ ପାଳୁଛି ମାସାଧିକ କାଳ ବିଶ୍ୱ ପ୍ରାଣୀ ଦିବସ ମାତ୍ର କଳାହୀର ସହରରେ ଦିନକୁ ଦିନ ଖଣି, ଶିଳ୍ପ ଓ କାରଖାନା ଯୋଗୁଁ ମାଟି ଗର୍ଭରେ ଲୀନ ହେଉଛି ପାହାଡ଼, ପର୍ବତ, ଜଙ୍ଗଲ ଇତ୍ୟାଦି । ଯେଉଁ ହାରରେ ଜଙ୍ଗଲ ନଷ୍ଟ କରାଯାଉଛି । ସେହି ଅନୁପାତରେ ନା ହେଉଛି ବୃକ୍ଷରୋପଣ ନା କରାଯାଉଛି ଜଙ୍ଗଲ ସଂରକ୍ଷଣ । ଦିନେ ତାଳଚେରର ନଦୀନାଳ ଓ ଜଙ୍ଗଲ ଯୋଗୁଁ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଥିଲା । ତାଳଚେର ବ୍ଲକ ଏବଂ ପୌରାଚଂଳରେ ରାଜାରାଜୁଡ଼ା ଅମଳରୁ ଜଙ୍ଗଲ ସୃଷ୍ଟି କରାଯାଉଥିଲା । ପ୍ରାୟ ତାଳଚେର ମଧ୍ୟଭାଗରେ ୭ଶହ ଏକର ପରିମିତ ଜମିରେ ରାଣୀପାର୍କ ଜଙ୍ଗଲ ଥିଲା ଏବଂ ରାଜା ସେହି ସମୟରେ ଜଙ୍ଗଲ ଭିତରେ ବୁଲିବା ନିଜର ସମୟ ଅତିବାହିତ କରୁଥିଲେ । ସେହି ସମୟରେ ବାରାହା, କୋକିଶିଆଳ ଡ଼ାକ, ଭାଲୁ ଚିତ୍କାର ଆଉ ଶୁଣିବାକୁ ମିଳୁନାହିଁ । ସେହିଭଳି ତାଳଚେର ବ୍ଳକର ବର୍ତମାନ ଯେଉଁଠାରେ ବଳରାମ ଖଣି ଅବସ୍ଥିତ ରହିଛି, ସେଠାରେ ଏକ ବୃହତ ମନଲୋଭା ହ୍ରଦ ରହିଥିଲା । ସେହି ହ୍ରଦରେ ବହୁ ପ୍ରଜାତିର ପକ୍ଷୀ ଆସି ଅଣ୍ଡା ଦେଇଥାନ୍ତି । ମାତ୍ର ଖଣି ଯୋଗୁଁ ସେହି ହ୍ରଦ ଲୋପ ପାଇଯିବାରୁ ସେଠାକୁ ଆସୁଥିବା ପଶୁପକ୍ଷୀ ଆଉ ଦୃଶ୍ୟମାନ ହେଉନାହାନ୍ତି । ସେହି ସାନ୍ଧ୍ୟକାଳୀନ ମନୋହରା ଦୃଶ୍ୟ ଦେଖିବାକୁ ମିଳୁନାହିଁ । ପୌରାଚଂଳକୁ ଛାଡ଼ି ଦେଲେ ଗ୍ରାମାଚଂଳରେ ଛୋଟବଡ଼ ଜଙ୍ଗଲ ରହିଥିଲା ଓ ପଶୁପକ୍ଷୀମାନେ ମଧ୍ୟ ବସବାସ କରୁଥିଲେ । ତାଳଚେର ଉପଖଣ୍ଡରେ ବନାଚଂଳ କାର୍ଯ୍ୟାଳୟ ରହିଛି । ଏହି ବନାଚଂଳ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ କର୍ମଚାରୀ ଥିଲେ ମଧ୍ୟ କେବଳ କାଗଜପତ୍ର ମାଧ୍ୟମରେ ନୂତନ ବୃକ୍ଷରୋପଣ ନାମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ତାର ସୁଫଳ ଲୋକଙ୍କ ନିକଟରେ ପଂହଚି ନପାରିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । କାଗଜପ୍ରତରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ସରକାର ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
