Spread the love

ବୃଦ୍ଧା ମହିଳାଙ୍କୁ ଧକ୍କା ଦେଲା ବାଇକ ବୃଦ୍ଧା ମୃତ , ବାଇକ ଜବତ ସହ ଆରୋହୀ ଗିରଫ
ଅମ୍ବାଭୋନା : ୨୭/୧/୨୫-ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ରବିବାର ସନ୍ଧ୍ୟା ରେ ଏକ ଦୁଖଃଦ ଘଟଣା ଘଟିଯାଇଛି । ପ୍ରକାଶ ଥାଉକି କ୍ଷିପ୍ର ଗତିରେ ଆସୁଥିବା ଏକ ବାଇକ ଧକ୍କାରେ ଲୁଦୁପାଳି ନିବାସୀ ହୀରା ପାତିକାର ଓରଫ (ଗାଆଁବୁଲି) (୮୨)ବର୍ଷ ଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏ ନେଇ ଅମ୍ବାଭୋନା ଥାନାରେ ଏକ ମାମଳା ରୁଜୁ କରି ବାଇକ ଆରୋହୀ କୁ ଅମ୍ବାଭୋନା ପୋଲିସ ଗିରଫ କରିବା ସହିତ ଗ୍ଲେମର ମୋଟର ସାଇକଲ ଓଡି ୧୭ ଯି ୨୦୬୧ କୁ ଜବତ କରିଛନ୍ତି। ଏ ନେଇ ଥାନାରେ କେଶ ନଂ ୧୨/୨୦୨୫ ର ଭାରତୀୟ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ଧାରା ୨୮୧,୧୦୬(୧) ରେ ପୋଲିସ ମାମଲା ରୁଜୁ କରି ଆସାମୀ ବାଇକ ଆରୋହୀ ଭଟଲି ଦଧିବାବନ ନିବାସୀ ମୀନକେତନ ମେହେର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *