Spread the love

ପୂରୀ: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ହୋଇଥିଲା । ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ। ଏହି ଘଟଣା ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ। ଆଜି ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ ଆଡଭେଞ୍ଜର ଆଣ୍ଡ ଓ୍ବାଟର ସ୍ପୋର୍ଟସ ସଂସ୍ଥା ଖୋଲିଥିବା ଟିକେଟ୍ କାଉଣ୍ଟର ଉପରେ ବୁଲିଛି ବୁଲଡୋଜର ।

ପୌରପାଳିକା ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ହେଲା କାଉଣ୍ଟର ।‌ ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିଲା ସମ୍ପୃକ୍ତ ସଂସ୍ଥା ।ସୂଚନାମୁତାବକ, ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ସ୍ପିଡ ବୋଟ୍ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁଁ ସ୍ପିଡ ବୋଟ୍ ଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଥିଲା। ଟଙ୍କା ଲୋଭରେ ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳୁଥିବା କମ୍ପାନୀର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପାଇଁ ଦାବି କରିଥିଲେ ଉଦ୍ଧାର ହୋଇଥିବା ପର୍ଯ୍ୟଟକ। ଲାଇଟହାଉସ୍ ଅଞ୍ଚଳ ନିକଟରେ ଥିବା ହୋଟେଲ୍ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମି ନିକଟରେ ଏହି ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *