Spread the love

*ବେନିଆଁପାଲିରେ ପାଳିତ ହେଲା ୨୩ତମ ନୂଆଁଖାଇ ଜୁହାର ଉତ୍ସବ -୨୦୨୫*

ବରଗଡ:୨୯/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲାର ଅମ୍ୱାଭୋନା ବ୍ଲକ ଅନ୍ତର୍ଗତ ଭୈନାତୋରା ପଞ୍ଚାୟତ ଅଧୀନରେ ଥିବା ବେନିଆଁପାଲି ଗ୍ରାମରେ ଗ୍ରାମର ଗଣପତି କ୍ଲବ ଆନୁକୂଲ୍ୟରେ ୨୩ ତମ “ନୂଆଁଖାଇ ଜୁହାର ଉତ୍ସବ-୨୦୨୫” ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଡଃ ସୁମନ୍ତ ଦେହେରୀଙ୍କ ସଭାପତିତ୍ବରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଚିତ୍ରଶିଳ୍ପୀ ଉମେଶ ଚନ୍ଦ୍ର ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ଉମାକାନ୍ତ ଦେହେରୀ,ଗୌତମ ଦେହେରୀ,ଉତ୍ତର ଦେହେରୀ ଓ ସାନନ୍ଦ ଦେହେରୀ ଯୋଗଦେଇଥିଲେ।ନୂଆଁଖାଇ ପର୍ବର ସାମାଜିକ ଏବଂ ସାଂସ୍କୃତିକ ମହତ୍ତ୍ୱ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଗ୍ରାମର ବୟୋଜ୍ୟେଷ୍ଠ ମାନଙ୍କୁ ବିଭିନ୍ନ ପ୍ରଜାତିର ଚାରା ଉପହାର ଦେଇ ସମ୍ମାନିତ କରାଯାଇଥିଲା।ଏହା ସହିତ ୨୦୨୫ ବର୍ଷ ପାଇଁ ଗୁଣସାଗର ଦେହେରୀଙ୍କୁ ‘ବୈଦରାଜ ଶ୍ରୀ ରଥବରିହା ସ୍ମୃତି ସମ୍ମାନ ୨୦୨୫’ ପ୍ରଦାନ କରାଯାଇଥିଲା ।ମହେନ୍ଦ୍ର ଦେହେରୀଙ୍କୁ “ହର୍ଷରାମ ଦେହେରୀ ସ୍ମୃତି ସମ୍ମାନ – ୨୦୨୫ “ମାନପତ୍ର ସହ ଏକ ଚାରା ଉପହାର ଦେଇ ସମ୍ମାନିତ କରାଯାଇଥିଲା।କୁନିପିଲାମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା ସହିତ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଗଣପତି କ୍ଲବର ସଦସ୍ୟମାନଙ୍କ ସହ ସମସ୍ତ ଗ୍ରାମବାସୀ ଉତ୍ସବକୁ ସଫଳ କରିବା ନିମନ୍ତେ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଦୁଃଖନାଶନ ଦେହେରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *