ବେପରୁଆ ଭାବରେ ଗାଡ଼ି ଚାଳନା ଯୋଗୁ ବାଇକ୍ ଡିଭାଇଡରରେ ପିଟିହୋଇ ଜଣେମୃତ, ଦୁଇଆହତ

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ରେ ବେପରୁଆ ଭାବରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା। ସୂଚନା ଅନୁଯାୟୀ ଯୋଡା ଥାନା ୫୨୦ ଜାତୀୟ ରାଜପଥତିନି ଜଣ ଯୁବକ ବିଲେଇପଦା ରୁ ଯୋଡ଼ା ଅଭିମୁଖେ ଆସୁଥିବା ସମୟରେ ଲହଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଗୋଟିଏ ହିରୋ ଡିଲକ୍ସ ବାଇକ୍ ଦ୍ରୁତ ଗତିରେ ଯାଇ ଅସାବଧାନତା ଯୋଗୁ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକ୍ ରେ ବସିଥିବା ଥିବା ତିନି ଜଣଙ୍କ ବାଇକ୍ ରୁ ଛିଟିକି ପଡ଼ିଥିବା ବେଳେ ସେଥି ମଧ୍ୟରୁ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା। ଯୁବକ ଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
