Spread the love

ବେଲପାହାଡ଼ ପୋଲିସ ଷ୍ଟେସନର ନବନିର୍ମିତ ଷ୍ଟାଫ କ୍ୱାର୍ଟର ଉଦଘାଟିତ


ବେଲପାହାଡ଼:୨୯/୦୭(ଯୋଗେଶ୍ୱର ସାହୁ) ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୋଲିସ ଷ୍ଟେସନ ପରିସରରେ ନିର୍ମିତ ନୂତନ ଷ୍ଟାଫ କ୍ୱାର୍ଟରର ଉଦଘାଟନ ଉତ୍ସବ ଆଜି (29 ଜୁଲାଇ) ସକାଳ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ମିତ ଷ୍ଟାଫ କ୍ୱାର୍ଟରର ଶୁଭ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଅଧିକାରୀ, କର୍ମଚାରୀ, ପୂର୍ବତନ ପୋଲିସ କର୍ମଚାରୀ,ବିଶିଷ୍ଟ ବ୍ୟକ୍ତିବର୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତ ରହିଥିଲେ ।ବେଲପାହାଡ଼ ଥାନା ଅଧିକାରୀ ବିକାଶ କୁମାର କଲେତ ସମସ୍ତଙ୍କୁ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *