Spread the love

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଆଜି ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ପୋଲିସ ।

ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା ।ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।ଯୁବତୀଙ୍କ ଡାକ୍ତରୀ ମାଇନା ବି କରାଯାଇଛି। କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ସହ ଏଭଳିଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବା କହିଛି ପୋଲିସ । ଅଭିଯୋଗ ହୋଇଥିଲେ ଯେ, ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିଲେ ଯୁବତୀ । ଏହି ସମୟରେ ୧୦ ଯୁବକ ବାଇକରେ ବେଳାଭୂମିର ନିକାଞ୍ଚନ ଅଞ୍ଚଳକୁ ଆସିଥିଲେ। ସେଠାରେ ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ଉଠାଇବା ସହ ଭାଇରାଲ କରିବାର ଭୟ ଦେଖାଇଥିଲେ।ଭୟଭୀତ ହୋଇ ଯୁବତୀ ଓ ପୁରୁଷ ବନ୍ଧୁ ଜଣଙ୍କ କାକୁତି ମିନତି ହୋଇଥିଲେ ବି ଶୁଣିନଥିଲେ ଦୁର୍ବୃତ୍ତ ।ସଂପୃକ୍ତ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଠାରୁ କିଛି ଯୁବକ ଟଙ୍କା ଛଡ଼ାଇ ନେଇଥିଲେ ଆଉ କିଛି, ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଆକ୍ରମଣ କରିଥିଲେ। ତାହାରି ଭିତରେ ଅନ୍ୟ କିଛି ଯୁବକ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଖସିଯାଇଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି । ଏହି ମାମଲାରେ ଆଜି ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *