Spread the love

ବୋଇତ ବନ୍ଦାଣ ଓ ସାଂସ୍କୃତିକ ଉତ୍ସବ

ତାଳଚେର ୨୩/୧୧ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ରାଧାମାଧବ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଅନୁଷ୍ଠାନ ଆନୁକୂଲ୍ୟରେ ବୋଇତ ବନ୍ଦାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳଚେର ସହର ର କୁମ୍ଭାର ସାହି ଠାରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ, ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ଓଡ଼ିଆ ପରମ୍ପରା ତଥା ଲୁଚିଯାଉଥିବା କଳା କୌଶଳ ସଂସ୍କୃତି ଗୁଡ଼ିକୁ ମନେ ରଖିବା ପାଇଁ ସଙ୍କୀର୍ତ୍ତନ , ଲୋକ କଳା ନାଚ ଗୀତ ର ପ୍ରତିଦ୍ୱନ୍ଦିତା କାର୍ଯ୍ୟକ୍ରମ ଗୁଡ଼ିକ ର ଶୁଭାରମ୍ଭ ହୋଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗର ପାଳ କେଶବ ଭୁତିଆ, ସମ୍ମାନୀତ ଅତିଥି ଭାବେ ୱାର୍ଡ଼ କାଉନସିଲର ଜିତେନ୍ଦ୍ର ଭୁତିଆ, ଅନୁଷ୍ଠାନ ର ସଭାପତି ରମେଶ ବେହେରା, ସାଧାରଣ ସମ୍ପାଦକ ଶ୍ରୀନିବାସ ବେହେରା, ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ । ତେବେ ରାଧା ମାଧବ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଏହି ନିଆରା ପରମ୍ପରା କୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମ ୨୩ ଓ ୨୪ଦୁଇଦିନ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।।

Leave a Reply

Your email address will not be published. Required fields are marked *