Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବୌଦ୍ଧ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ 

 

ଜେ ବି ଏନ, ୨୨/୦୨ /୨୦୨୧, ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ଆଜି ତା : ୨୨.୦୨.୨୦୨୧ ରିଖ ଜିଲ୍ଲାପାଳ , ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରାଯାଇ ଜିଲ୍ଲାର ସଦର ମହକୁମା ଠାରେ ଏକ ସ୍ଥାନ ନିରୂପଣ କରାଯାଇ ବୌଦ୍ଧ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇ ସେଥିରେ ତାଙ୍କର ନାମ ଫଳକ ଲଗାଯିବା ସହିତ ତାହାର ସୌନ୍ଦର୍ଯ୍ୟକରଣ , ଆଲୋକିକରଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବା ପାଇଁ ଆବଶ୍ୟକୀୟ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ସହିତ ସୁଚିନ୍ତିତ ମତାମତ ନେବା ସମ୍ପର୍କରେ ଆଲୋଚନା କରଯାଇଥିଲା । ଏହି ପ୍ରସଙ୍ଗରେ ସ୍ଥାନୀୟ ମର୍ଜାକୁଦ ଅଞ୍ଚଳରେ ଏକ ସ୍ଥାନ ନିରୂପଣ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ବୌଦ୍ଧଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏହାର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ , କୋଠାବାଡି ,ଙ୍କୁ ବୌଦ୍ଧ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମତି ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ବୌଦ୍ଧ ଜରିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲାର ସଦର ମହକୁମାଠାରେ ପ୍ରତିବର୍ଷ ଆୟୋଜନ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲ୍ଲାପାଳ , ବୌଦ୍ଧଙ୍କ ବ୍ୟତୀତ , ଅତିରିକ୍ତ ଜିଲ୍ଲାପାଳ , ଉପ – ଜିଲ୍ଲାପାଳ , ନିର୍ବାହୀ ଯନ୍ତ୍ରୀ , କୋଠାବାଡି , ତହସିଲଦାର , ବୌଦ୍ଧ , ଡେପୁଟି କଲେକ୍ଟର ( ଉନ୍ନୟନ ) , ସହକାରୀ ଯନ୍ତ୍ରୀ , ପି.ଏଚ.ଇଡି , ବୌଦ୍ଧ , ନିଜାରତ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ବୈଠକରେ ଉପସ୍ଥିତ ଥିଲେ ।