Spread the love

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର:
ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ବ୍ରହ୍ମପୁରରେ ସଫଳତାର ସହ ସମାପ୍ତ ହୋଇଛି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ପ୍ରାୟ ୧୦୦ ଜଣ ସଦସ୍ୟ ଯୋଗଦେଇ ଡିଜିଟାଲ ସାମ୍ବାଦିକତା, ମିଡ଼ିଆ ନୀତି, ଦାୟିତ୍ୱବୋଧ ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ପ୍ରଶିକ୍ଷଣର ପ୍ରଥମ ସେସନରେ ଦୈନିକ ‘ସକାଳ’ ଖବରକାଗଜର ଏଡିସନ୍ ଇନ୍‌ଚାର୍ଜ ଶ୍ରୀ ଶକ୍ତିଧର ରାଜଗୁରୁ ଉପସ୍ଥିତ ରହି ସାମ୍ବାଦିକତା ଓ ଖବର ପରିବେଷଣର ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଦ୍ୱିତୀୟ ସେସନରେ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ପୌରପାଳିକାର ଚେୟାରମ୍ୟାନ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଯିମ ଓ ମାସ କମ୍ୟୁନିକେସନ ବିଭାଗର ମୁଖ୍ୟ ଡ଼. ଜୟନ୍ତ କୁମାର ପଣ୍ଡା ଏବଂ ଓଟିଭ ର ବ୍ୟୁରୋ ହେଡ୍ ଶ୍ରୀ ଅଶୋକ କୁମାର ବ୍ରହ୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମହାସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ମୀରାବାଈ ଦେଓ, ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ଉପସଭାପତି ଶ୍ରୀ ବିଜୟାନନ୍ଦ ତ୍ରିପାଠୀ, ଶ୍ରୀ ରୁଦ୍ର କୁମାର ପାତ୍ର ଓ ଶ୍ରୀ ପଦ୍ମନ ବାତ୍ରା, ଜୋନାଲ ସଂଗଠନ ସମ୍ପାଦକ ଶ୍ରୀ ଜି. ଅଜୟ କୁମାର, ଶ୍ରୀ ସୁକାନ୍ତ ପ୍ରଧାନ, ଶ୍ରୀ ଯଦାବ ବାଗ, ବରିଷ୍ଠ ସଦସ୍ୟ ଶ୍ରୀ ସତୀଶ ପଟ୍ଟନାୟକ ଓ ଶ୍ରୀ ସୁଶାନ୍ତ ମହାକୁଡ଼ଙ୍କ ସମେତ ବ୍ରହ୍ମପୁର ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ରାକେଶ କୁଲଦୀପ, ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ବଛଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ‘ଜନ ବାଣୀ’ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକର୍ତ୍ତାମାନଙ୍କ ବିଶେଷ ସହଯୋଗ ପାଇଁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ ସାଧୁବାଦ ଜଣାଇଥିଲେ। ଏଥିସହ ଟ୍ରେନିଂ କ୍ୟାମ୍ପକୁ ସଫଳ କରିବାରେ ସହଯୋଗ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ODMM ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା।

ଡିଜିଟାଲ ମିଡ଼ିଆକୁ ଅଧିକ ଦାୟିତ୍ୱଶୀଳ, ଶକ୍ତିଶାଳୀ ଓ ଲୋକାଭିମୁଖୀ କରିବା ସହ ସଦସ୍ୟମାନଙ୍କ ଦକ୍ଷତା ବିକାଶ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ODMMର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *