Spread the love

ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025

ଅନୁଗୋଳ -14.11.25 – ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ପାଳଲହଡା ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 l ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ଢେଙ୍କାନାଳ ଲୋକସଭା ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ ପାଳଲହଡା ଶ୍ରୀଯୁକ୍ତ ଅଶୋକ ମହାନ୍ତି ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା, ପାଳଲହଡା ଶ୍ରୀମତୀ ରୀନାରାଣୀ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଳଲହଡା ଶ୍ରୀଯୁକ୍ତ ନିଶାନ ମିଶ୍ର, ତହସିଲଦାର ପାଳଲହଡା ଆକାଂକ୍ଷା ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟ ନାରାୟଣ ସାହୁ, ଜିଲ୍ଲା ମସ୍ତ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଜିତେନ୍ଦ୍ର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ l ମେଳାର ମୁଖ୍ୟ ଆକର୍ଷଣ ଭାବେ ୮ ଜଣ ସଫଳ ଚାଷୀ ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହିତ ମାନପତ୍ର, ଟ୍ରଫି ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ପାଳଲହଡା ବ୍ଲକର ସମୁଦାୟ ସତେଇଶ ଗୋଟି ପଂଚାୟତ ରୁ ଛ ଶହ ରୁ ଉର୍ଦ୍ଧ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ l ୩ ଜଣ ଚାଷୀ ଏବଂ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା l ପ୍ରାଣୀ ସମ୍ପଦ ବିଭାଗ ର 6 ଜଣ ଚାଷୀ ଏବଂ ମସ୍ତ୍ୟ ସମ୍ପଦ ବିଭାଗ ର 4 ଜଣ ଚାଷୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ବ୍ଲକ ସାଂସ୍କୃତିକ ପରିଷଦ ଦ୍ୱାରା ପାଲା ମାଧ୍ୟ୍ୟମରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମର୍କରେ ସଚେତନ କରାଯାଇଥିଲା l ଏହି ଅବସରରେ ମସ୍ତ୍ୟ ଚାଷୀ ମାନଙ୍କୁ ଜାତୀୟ ମସ୍ତ୍ୟ ଡିଜିଟାଲ ପୋର୍ଟାଲ ରେ ପଞ୍ଜିକରଣ ଓ ପ୍ରାଣୀ ପାଳକ ମାନଙ୍କୁ ପ୍ରାଣୀଧନ ବୀମା ଅନ୍ତର୍ଭୁକ୍ତ କରାଯାଇଥିଲା l ପ୍ରାଣୀ ସମ୍ପଦ ବିଭାଗ, ମସ୍ତ୍ୟ ସମ୍ପଦ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓମ୍ଫେଡ, ମିଶନ ଶକ୍ତି ବିଭାଗ, ପାଉଡି ଭୂୟାଁ ଜନଜାତି ଉନ୍ନୟନ ବିଭାଗ ପ୍ରଦର୍ଶନୀ ମାଧ୍ୟମରେ ନିଜ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ, ଆରକ୍ଷୀ ବିଭାଗ, ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ ଅଭୟ ନାଏକ ମଞ୍ଚ ପରିଚାଳନା କରିଥିଲାବେଳେ ସହକାରୀ ମସ୍ତ୍ୟ ଅଧିକାରୀ, ପାଳଲହଡା ଶ୍ରୀଯୁକ୍ତ ଆକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *