ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2026 ଅନୁଷ୍ଠିତ ହୋଇଯାଇଛି..!
ଜୁନାଗଡ଼..17/11/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମସ୍ୟ ଓ ପ୍ରାଣୀସମ୍ପଦ ମେଳା ଜୁନାଗଡ଼ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ଓଡିଶା ସରକାରଙ୍କ ପ୍ରାଣୀ ଓ ମସ୍ୟ ବିଭାଗ ତରଫରୁ ସାରା ଓଡ଼ିଶାରେ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେଓ ଥିବାବେଳେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ମଧ୍ୟ ଧୁମ ଧାମରେ ପାଳନ କରାଯାଇଛି, ଏହିଉତ୍ସବରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ଯଖ୍ୟା ଶ୍ରୀମତୀ ସୁଧୀରା ମେହେର, ଜୁନାଗଡ଼ ବ୍ଲକ ଅଧ୍ୟାଖ୍ୟା ଶ୍ରୀମତୀ ସବିତା ମେହେର, କଳାହାଣ୍ଡି ସାଂସଦ ପ୍ରତିନିଧି, ତଥା ଭୁତପୂର୍ବ ଜୁନାଗଡ଼ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲ, ଜୁନାଗଡ଼ ବିଧାୟକ ପ୍ରତିନିଧି ଶ୍ରୀ ମହେଶ ସହୂ, ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା, ଜିଲ୍ଲା ପରିଷଦ ଶ୍ରୀ ଲାଲବାହାଦୁର ଯାନୀ, ଉପସ୍ଥିତ ଥିବାବେଳେ, ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ,ମାନେ ଉପସ୍ଥିତ ରହିଥିଲେ, ଏବଂ ସମସ୍ତ ବିଭାଗ ର ଅଧିକାରୀ ଓ ଶିଶୁ ମଙ୍ଗଳ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ, ମଂଚାସୀନ ଅଧିକାରୀ ମାନେ ଲୋକଙ୍କୁ ମସ୍ୟ ଚାଷ, ଛେଳି ଚାଷ, ଗୋ ପାଳନ, କୁକୁଡ଼ା ପାଳନ, ବିଭିନ୍ନ ପ୍ରକାର ପ୍ରାଣୀ ଚାଷ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ, ଏବଂ ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଓ ମସ୍ୟ ଓ ପ୍ରାଣୀ ଚାଷ କରିବା ପାଇଁ ଲୋକଙ୍କୁ ଏହି ମେଳା ରେ ତାଲିମ ଦେଇ ଚାଷ କରିବା ପାଇଁ ଚାଷୀଙ୍କୁ ଅବଗତ କରାଇଥିଲେ, ଏବଂ କଳାହାଣ୍ଡି ଘୁମୁରା ଲୋକଙ୍କୁ ଉତ୍ସାହିତ କରିଥିଲା, ବିଭିନ୍ନ ପ୍ରକାର ବିଭାଗର ଡେମୋ ଗୁଡାକ ବିଭାଗୀୟ ଅଧିକାରୀ ମାନେ ଏହିମେଲାରେ ଦେଖାଇଥିଲେ,
