Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବ୍ୟବସାୟୀ ହିଂସା, ଥାନାରେ ଏତଲା 

ଜେ ବି ଏନ, ୩୦/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ରେ କୃଷି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ! ଚାଷୀ କ୍ଷେତରୁ ଧାନ ମେସିନ ସାହାଯ୍ୟରେ ଅମଳ କରୁଛି ! ହେଲେ ଏଥିନେଇ ବ୍ୟବସାୟୀ ଙ୍କ ହିଂସା ଗ୍ରାମାଞ୍ଚଳ ରେ ଦେଖାଦେଇଛି !ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତ୍ରିତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମରେ !ସେହି ଗ୍ରାମର ଶଙ୍କର ଚରଣ ମହାରଣା ଙ୍କ ପୁଅ ଶିବ ପ୍ରସାଦ ମହାରଣା ଧାନ କାଟିବା ପାଇଁ ଜଣେ ବ୍ୟବସାୟୀ ଠାରୁ ଧାନ କଟା ମେସିନ ଚୁକ୍ତି ରେ ଆଣିଥିଲା ! ରାତିରେ ଘର ନିକଟରେ ଧାନ କଟା ମେସିନ ଥୋଇଥିଲା ! ହେଲେ ସେହିଗ୍ରାମର ଜଗା ମହାନ୍ତି ହିଂସା ପରାୟଣ ହୋଇ ଧାନ କଟା ମେସିନ ର ପାଇପ, ବେଲ୍ଟ ଆଦି କାଟିଦେଇଥିଲା !ଏସଂକ୍ରାନ୍ତ ରେ ଶିବ ପ୍ରସାଦ ତ୍ରିତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ! ହେଲେ ଅଭିଯୁକ୍ତ ଙ୍କ ପ୍ରତି ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରିଛି !ଏଥିନେଇ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖାଦେଇଛି !