Spread the love

*ଭଗ୍ନ ଅବସ୍ଥାରେ ଫାଟି ଆଁ କରିଲାଣି ରେଙ୍ଗାଲି ଗାଁର ସ୍କୁଲ କୋଠାଘର।୫ଟି କାମ କେବେ ସମ୍ପୂର୍ଣ୍ଣ ହେବ କିଛି ଜଣା ପଡୁନି ।ସରକାରଙ୍କ ଦୃଷ୍ଟି ପଡ଼ିବ କେବେ..?*

ବରଗଡ:୧୪/୧୧(ପବିତ୍ର ମେହେର)ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତ ହାଣ୍ଡି ରୂପେ ବେଶ ପରିଚିତ ବରଗଡ ଜିଲ୍ଲାର ଅତାବିରା ବ୍ଲକ। ଆଉ ସେହି ବ୍ଲକର ପାହାଡ଼ଶ୍ରୀଗୀଡ଼ା ଗ୍ରାମ ପଂଚାୟତରେ ଥିବା ରେଙ୍ଗାଲି ଗାଁର କଥା।ହୀରାକୁଦ ଜଳଭଣ୍ଡାରର ମୁଖ୍ୟ କେନାଲ ନିକଟରେ ରହିଛି ରେଙ୍ଗାଲି ଗାଁ, ପୂର୍ବ ବିଜେଡି ସରକାର ଥିଲା ସମୟରେ ଗତ ୨୦୨୩ ମସିହାରେ ସ୍କୁଲର ୫ଟି ରୂପାନ୍ତରଣ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ ତତ୍କାଳୀନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ।କିନ୍ତୁ ଏବେ ସୁଦ୍ଧା ସ୍କୁଲ କାମ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି ।ଆଉ ଜାଗା ଜାଗା ରେ କାନ୍ଥ ଫାଟି ଆଁ କଲାଣି ତଥାପି ବି ପ୍ରଶାସନ ର ନିଦ ଭାଙ୍ଗୁନି।ସଂକଟରେ ଛାତ୍ରଛାତ୍ରୀ ଆଉ ତାଙ୍କ ଅଭିଭାବକ।୫ଟି ଯୋଜନାରେ ସ୍କୁଲ କାମ କେବେ ସମ୍ପୂର୍ଣ ହେବ ତାହା ସୂଚନା ବୋର୍ଡରେ ଲେଖା ଯାଇନାହିଁ। ବିପଦରେ ପିଲାଙ୍କ ଭବିଷ୍ୟତ।

ପିଲାଏ ପଢ଼ିବେ ପିଲାଏ ବଢ଼ିବେ ନାରା କାହା ପାଇଁ ?ଏ ସମ୍ପର୍କିତ ଖବର ଉପରେ ଜୁନ-୧ ଜିଲ୍ଲା ପରିଷଦ ସଦସ୍ୟ ସୁଦାମ ଜାଲଙ୍କୁ ପଚାରିବାରୁ ସେ କହନ୍ତି କେତେ ଟଙ୍କାର ଅନୁଦାନ ମୋତେ ଭଲ ଭାବରେ ଜଣା ନାହିଁ ,ମୁଁ ସମୟ ଦେଖି ଆପଣଙ୍କୁ କହିବି ବୋଲି କହନ୍ତି, ପାହାଡ଼ଶ୍ରୀଗୀଡ଼ା ଗ୍ରାମ ପଂଚାୟତ ସରପଞ୍ଚ ଗୀତାଞ୍ଜଳି ପଧାନଙ୍କୁ ପଚାରିବାରୁ ଆମେ ଆମ ଅତାବିରା ବିଧାୟକ ନିହାର ମହାନନ୍ଦଙ୍କୁ ଏ ସମ୍ପର୍କରେ ଜଣାଇଛୁ ଓ ସେ କହିଛନ୍ତି ବହୁତ ଜଲଦି ଆମ ଲୋକଙ୍କ ସରକାର ରେଙ୍ଗାଲି ଗାଁ ରେ ଥିବା ୫ଟି କାମକୁ ସମ୍ପୂର୍ଣ କରିବେ ବୋଲି ଦୃଢ଼ତାର ସହ କହନ୍ତି ସରପଞ୍ଚ ଗୀତାଞ୍ଜଳି ପ୍ରଧାନ। ତେବେ ଦେଖିବାକୁ ବାକି ରହିଲା କେବେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ରେଙ୍ଗାଲି ଗାଁର ଅର୍ଦ୍ଧ ନିର୍ମିତ ସ୍କୁଲ। ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଶିକ୍ଷା ବ୍ୟବସ୍ଥାର ଉଡ଼ୁଛି ଧଜ୍ଜିଆ ଆଉ ପ୍ରଶାସନ ସବୁ ଜାଣି ଅଜଣା lଅଞ୍ଚଳର ଜନପ୍ରତିନିଧି କେତେ ଧ୍ୟାନ ଦେଉଛନ୍ତି ଅଞ୍ଚଳର ବିକାଶ ପାଇଁ ତାହା ଯେ ଆଗାମୀ ଦିନରେ ସମୟ ହିଁ କହିବ l

Leave a Reply

Your email address will not be published. Required fields are marked *