Spread the love

ଭଟଲି ଚକ୍ରପୁଷ୍କରିଣୀରେ ସାମୂହିକ ତିଳତର୍ପଣ

ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପୁଣ୍ୟ ଧାମ ଭଟଲି ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଆବିର୍ଭାବସ୍ଥଳ ଚକ୍ରପୁଷ୍କରିଣୀରେ ଶନିବାର ପବିତ୍ର ମହାଳୟା ଅବସରରେ ସାମୂହିକ ତିଳତର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରୁ ଭକ୍ତଗଣ ଏକ ଶୋଭାଯାତ୍ରାରେ ବାହାରି ଚକ୍ରପୁଷ୍କରିଣୀରେ ପହଞ୍ଚିଥିଲେ | ପରେ ପଣ୍ଡିତମାନଙ୍କ ମନ୍ତ୍ର ଉଚ୍ଚାରଣ ସହ ପୂର୍ଣ୍ଣ ରୀତିନୀତି ଅନୁସାରେ ସମସ୍ତେ ନିଜନିଜ ପିତୃପୁରୁଷଙ୍କ ନାମ ସ୍ମରଣ କରି ଚକ୍ରପୁଷ୍କରିଣୀର ଜଳରେ ତିଳତର୍ପଣ କରିଥିଲେ। ଏଠାରେ ତିଳତର୍ପଣ କଲେ ପିତୃପୁରୁଷଗଣ ସନ୍ତୁଷ୍ଟ ହୋଇ ଶୁଭଫଳ ପ୍ରଦାନ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦୃଢ଼ ବିଶ୍ବାସ ରହିଛି। ଏଣୁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ତଥା ଦଧିବାମନପ୍ରେମୀ ଭକ୍ତ ତିଳତର୍ପଣରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହି ଅବସରରେ ଚକ୍ର ପୁଷ୍କରିଣୀରେ ପଞ୍ଚ ମହାମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଏହି ତିଳତର୍ପଣରେ ମୁଖ୍ୟ ପଣ୍ଡିତ ପଞ୍ଚମ ପୁରୋହିତ ଥିବାବେଳେ କର୍ତ୍ତା ଭାବେ ସରୋଜ ସାହୁ ଓ ତାଙ୍କ ପତ୍ନୀ ମୀନାକ୍ଷୀ ସାହୁ ଦାୟିତ୍ଵ ତୁଲାଇଥିଲେ। ପୂଜା କାର୍ଯ୍ୟରେ ମନ୍ଦିର ପୂଜକ ପଣ୍ଡିତ
ଗୌରଚନ୍ଦ୍ର ରଥ, ବାଙ୍କାବିହାରୀ ମିଶ୍ର, ଆୟୁଷ୍ମନ୍ତ ଷଡ଼ଙ୍ଗୀ, ରୋହିତ ରଥ, ରାମେଶ୍ବର ଷଡ଼ଙ୍ଗୀ, ରାଜେଶ ମିଶ୍ର, ପ୍ରତାପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ | ମହାପ୍ରଭୁଙ୍କ ବୈଦ୍ୟ ଗୋପୀନାଥ ନାଏକ, ସାରଥି ଟିକେଲାଲ ମେହେର, ହାସ୍ୟକବି ବାଙ୍କାବିହାରୀ ସାହୁ, ଶିବ ନାଏକଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *