*ଭଟଲି ବନାଞ୍ଚଳ ପକ୍ଷରୁ ଦେଚୁଆଁରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ*

ବରଗଡ଼:୦୭/୧୦(ପବିତ୍ର ମେହେର)::ବନ୍ୟଜୀବ ସଂରକ୍ଷଣ ଓ ସେମାନଙ୍କ ଆଶ୍ରୟସ୍ଥଳୀର ସୁରକ୍ଷା ନିିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଆଭିମୁଖ୍ୟ ନେଇ ବରଗଡ଼ ବନଖଣ୍ଡ ଅଧୀନରେ ଥିବା ଭଟଲି ବନାଞ୍ଚଳ ତରଫରୁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦେଚୁଆଁ ଗ୍ରାମରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଭଟଲି ବନାଞ୍ଚଳର ସହ ବନ ସଂରକ୍ଷକ ସୁବୋଧ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରକୃତି ପ୍ରେମୀ ବୈଷ୍ଣବ ଭୋଇ,ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ,ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ,ସୁଶୀଳ ସାହୁ ଏବଂ ଶୋଭାରାମ ସାହୁ ଯୋଗ ଦେଇଥିଲେ। ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବା ନିମନ୍ତେ ବନ୍ୟପ୍ରାଣୀଙ୍କ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କର ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ପରିଚାଳନାରେ ଭଟଲି ବନପାଳ ରାଜେନ୍ଦ୍ର ସିଂଙ୍କ ସମେତ ସ୍ଥାନୀୟ ବନ ବିଭାଗର କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଦସ୍ୟ,ସ୍ଥାନୀୟ ଅଧିବାସୀ,ଫରେଷ୍ଟ ଗାର୍ଡ,ଫରେଷ୍ଟ ସ୍କ୍ୱାର୍ଡ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ମନୋହର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଦେଚୁଆଁ ବନପାଳ ବିକାଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

