Spread the love

ଭଟଲି ବ୍ଲକରେ ମନରେଗା ସାମାଜିକ ସମୀକ୍ଷା

ଭଟଲି (ଅଭିମନ୍ୟୁ ପଧାନ): ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯୋଜନାର ତୃତୀୟ ପର୍ଯ୍ୟାୟ ସାମାଜିକ ସମୀକ୍ଷା ଗ୍ରାମସଭା ଭଟଲି ବ୍ଲକ ଅନ୍ତର୍ଗତ ମୁଲବାର ଏବଂ ହାଲୁପାଲି ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ ଅପ୍ରେଲ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟବହୃତ କାଗଜପତ୍ର ଯାଞ୍ଚ ତଥା ଗୃହ ପରିଦର୍ଶନ ପରେ ବାହାରିଥିବା ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଗ୍ରାମ୍ୟ ସମ୍ବଳ କର୍ମୀ ତଥା ଜନସାଧାରଣଙ୍କ ଦ୍ଵାରା ଗ୍ରାମସଭାରେ ଉପସ୍ଥିତ ହିତାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ନିଷ୍ପତ୍ତି ନିଆଯାଇଥିଲା l ଶ୍ରୀସାହୁ ମୁଲବାର ଗ୍ରାମ ପଞ୍ଚାୟତ ଗ୍ରାମସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଅଣ କୁଶଳୀ ଶ୍ରମିକ ମାନେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଗତ ଏବଂ ସାମୁହିକ କାର୍ଯ୍ୟ କରି ଉଚିତ ମଜୁରୀ ପ୍ରାପ୍ୟ ପାଇ ପାରିବେ ବୋଳି ମତ ପ୍ରକାଶ କରିଥିଲେ। ଗ୍ରାମସଭାରେ ମୁଲବାର ସରପଞ୍ଚ ତରଣୀ କୁମୁରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକେଶ ବାଗ, ଏଡିଇଓ ଡମ୍ବରୁଧର ପଟେଲ, ପ୍ରିୟବତ୍ତ ପାଣିଗ୍ରାହୀ, ଗ୍ରାମ୍ୟ ସମ୍ବଳ କର୍ମୀ, ଶ୍ରମିକ, ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ତଥା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତଥିଲେ l ରେକର୍ଡ ପତ୍ର ଯାଞ୍ଚ ସମୟରେ ବାହାରିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହେଲା l ଗ୍ରାମ୍ୟ ସମ୍ବଳ କର୍ମୀ ଗୋଲାବତି ଭୋଇ, ମମତା ସାହୁ, ଉର୍ବଶୀ ସା, ବିନି ଅଦାବର, ରେଖା ମଲ୍ଲିକ ଏବଂ ଶୈଲ୍ୟ ମହାନନ୍ଦ ଯୋଗଦେଇ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *