Spread the love

ଭବାନୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନୋଉତ୍ସବ ଉପଲକ୍ଷେ କଳାହାଣ୍ଡି କରଣ ସମାଜ ର କଳସ ଅଧିବାସ।
ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନ ଉତ୍ସବ ନିମନ୍ତେ ଗତ ୦୨ ତାରିଖ ସନ୍ଧ୍ୟାରେ ସମାଜର ସଭାପତି ଶ୍ରୀଯୁକ୍ତ ରାମ ଶଙ୍କର ଦାସ ଏବଂ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କାଳି ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ କଳଶୋଧିବାସ ବହୁ ଆଡମ୍ବରପୂର୍ଣ୍ଣ ଭାବେ ଵିଧି ରୀତିମୁତାବକ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ସହ ସହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ, କୃପାଭିକ୍ଷ୍ୟୁ ଯୋଗଦେଇଥିଲେ। ସମାଜ କାର୍ଯ୍ୟାଳୟ ପୂଜାମଣ୍ଡପରୁ ଏହି କଳସ ଶୋଭାଯାତ୍ରା ବାହାରି ସହର ପ୍ରରିକ୍ରମା କରିବା ସହ ରଜା ପୋଖରୀରୁ ପବିତ୍ର ଜଳ ଆଣି ଘଟ ସ୍ଥାପନା ପରେ ପୂଜା କାର୍ଯ୍ୟା ଆରମ୍ଭ ହୋଇଥିଲା।ଦୁଇଦିନ ବ୍ୟାପି ହେବାକୁ ଥିବା ଉତ୍ସବର ଆଜି ହେଉଛି ଅନ୍ତିମ ତଥା ଶେଷ ଦିବସ। ପ୍ରତେକ ଦିନ ସନ୍ଧ୍ୟାରେ ପ୍ରଭୁଙ୍କର ଆଶିଷ ଭିକ୍ଷ୍ୟା ନିମନ୍ତେ ସହ ସହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ। ଇତି ଅବସରରେ ଶ୍ରଦ୍ଧାଳୁ, ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ପାରମ୍ପାରିକ, ସାଂସ୍କୃତିକ ନୃତ୍ୟ ଗୀତ ସହ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥାଏ। ବିଶେଷ କରି ସମାଜର ପ୍ରତିଭାବାନ କୁନି କୁନି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲେ ଏବଂ
ଶ୍ରେଷ୍ଠ ପ୍ରତିଜିଗୀଙ୍କୁ ସମାଜ ତରଫରୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

କଳାହାଣ୍ଡି ଭବାନୀପାଟଣାରୁ ନାରାୟଣପ୍ରସାଦ ନାୟକଙ୍କ ରିପୋର୍ଟ ଜାଗ୍ରତ ଭାରତ

Leave a Reply

Your email address will not be published. Required fields are marked *