Spread the love

ଭାରତୀୟ ଜନତା ପାର୍ଟିର ତିନି ରାଜ୍ୟରେ ବିପୁଳ ବିଜୟ ପରେ ଆନନ୍ଦ ଉତ୍ସବ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବିଜେପି ପକ୍ଷରୁ ଆନନ୍ଦ ଉତ୍ସବ ପାଳନ ହୋଇଯାଇଛି। ତିନୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ୍ ଓ ପଣ୍ଡିଚେରୀ ରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ଭାରତୀୟ ଜନତା ପାର୍ଟି ବଡ଼ବିଲ ମଣ୍ଡଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ବଡ଼ବିଲ ଅଟଳ ଛକ ନିକଟରେ ଏକତ୍ରିତ ହୋଇ ବାଣ ଫୁଟାଇବା ସହ ବାଜା ବଜାଇ ପରସ୍ପରକୁ ରଙ୍ଗ ଲଗାଇ ମିଠା ଖୁଆଇ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ବିଜୟ ଉତ୍ସବ ପାଳନ ଅବସରରେ ଶତାଧିକ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର ପୁରୁଷ ଓ ମହିଳା କର୍ମକର୍ତ୍ତା ଙ୍କ ସହ ଆଞ୍ଚଳିକ ନେତୃମଣ୍ଡଳୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *