Spread the love

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।

ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ଭାରତୀୟ ସେନା ଜଣେ ପାକିସ୍ତାନୀ ଲଢ଼ୁଆ ବିମାନ ପାଇଲଟଙ୍କୁ ଜୀବନ୍ତ ଗିରଫ କରିଥିବା ବେଳେ ରାଜସ୍ଥାନର ଜୟସଲମେର ଜିଲ୍ଲାର ପୋଖରାନ ଅଞ୍ଚଳରେ ଆଉ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି।

ତେବେ ଭାରତୀୟ ବାୟୁସେନା ଏବଂ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ S400 ଜବାବରେ ୮ଟି କ୍ଷେପଣାସ୍ତ୍ର ଏବଂ ୧୬ଟି ଡ୍ରୋନ ସହିତ ଗୋଟିଏ ପାକିସ୍ତାନୀ F-16 ଲଢ଼ୁଆ ବିମାନ ଏବଂ ୨ଟି JF-17 ଲଢ଼ୁଆ ବିମାନ ଖସାଇ ଦେଇଥିଲେ। ରାଜସ୍ଥାନରେ ଏକ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି।ସେହିପରି ପଶ୍ଚିମ ସୀମାରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଡ୍ରୋନ ଆକ୍ରମଣକୁ ଭାରତୀୟ ସଶସ୍ତ୍ର ବାହିନୀ ପ୍ରଭାବଶାଳୀ ଭାବରେ ପଣ୍ଡ କରିଛି। ପୂର୍ବରୁ ଜମ୍ମୁ-କାଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟ ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ମଧ୍ୟ ପାକିସ୍ତାନ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *