ଭାଲୁବାହାଲ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରୋବୋଚନ ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ସମ୍ବଲପୁର ଜିଲ୍ଳା, ୨୫-୧୧-୨୦୨୬, କୁଚିଣ୍ଡା ବ୍ଲକ ଭାଲୁବାହାଲ୍ ଗ୍ରାମରେ ଯଜ୍ଞ ଓ ପ୍ରବୋଚନ ପାଳନ ହୋଇଯାଇଛି। ଅଞ୍ଚଳ ଓ ବାହାରୁ ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ଗାଁ ପାଖ ମହିଳା କୀର୍ତ୍ତନ ପାର୍ଟି ଯୋଗ ଦେଇଥିଲେ।ଗାଁ ର ମହିଳା ମାନେ କଳସ ଜାତ୍ରା ରେ ଯୋଗ ଦେଇଥିଲେ। ସୁଶାନ୍ତ ନାଏକ ଙ୍କ ଆୟୋଜନ ରେ ଯଜ୍ଞ ଟି ପାଳିତ ହୋଇଥିଲା। ସମିତିସଭ୍ୟ ପରେଶ ପଟେଲ ଯଜ୍ଞ ରେ ସହଯୋଗ କରିଥିଲେ। ମଦନାନନ୍ଦ୍ ସେଠ ପ୍ରବୋଚନ୍ ବାର୍ତ୍ତା କରିଥିଲେ। ପ୍ରମୋଦ ନାଏକ ବ୍ୟଙ୍ଗ କବି ତାଙ୍କର କବିତା ପାଠ କରିଥିଲେ।କବି ତଥା ସାମ୍ବାଦିକ ନରେନ୍ଦ୍ର ସାହୁ ତାଙ୍କ ବାର୍ତ୍ତାଲାଭ କରିଥିଲେ।ସୁଶିଲ କର ମନ୍ତ୍ରୀ ଙ୍କ ପ୍ରତିନିଧି,ରୁଦ୍ରପ୍ରତାବ ଦେଓ ସାଂସଦ ପ୍ରତିନିଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ହୋମ୍ ଯଜ୍ଞ ପୂଜା ପାଠ ହୋଇଥିଲା ଓ ଗ୍ରାମ ବାସି ସହଯୋଗ କରିଥିଲେ।ଓ ସମସ୍ତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

