Spread the love

କଳାହାଣ୍ଡି: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଳାହାଣ୍ଡି ଜିଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ -୨୦୨୧ ବ୍ୟାଚ) ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଛି।

ସୂଚନାଥାଉକି,ଅଭିଯୁକ୍ତ ଉପଜିଲ୍ଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଧୀମାନ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲେ।ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି । ଏହା ପରେ, ତାଙ୍କ ସରକାରୀ ବାସଭବନରେ ରେଡ ସମୟରେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ମିଳିଛି। ବର୍ତ୍ତମାନ ତଲାସି ଜାରି ରହିଛି ।

Leave a Reply

Your email address will not be published. Required fields are marked *