Spread the love

ଗଞ୍ଜାମ: ଓଡିଶା ଭିଜିଲାନ୍ସ ଆଜି ଗଞ୍ଜାମ ଜିଲ୍ଲାର ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢାଉ କରିଛି । ଭଞ୍ଜନଗର ଡିଏଏଚଏ ଜଳସେଚନ ଉପ- ବିଭାଗର ସହକାରୀ ଯନ୍ତ୍ରୀ ଏବଂ ପଞ୍ଚୁ ବେହେରାଙ୍କ ସହିତ ସମ୍ପତିକୁ ଟାର୍ଗେଟ କରି ଚଢାଉ କରିଛି । ସରକାରୀ ସୂତ୍ର ଅନୁଯାୟୀ, ଅଧିକାରୀଙ୍କ ସହ ଜଡିତ ପାଞ୍ଚଟି ସ୍ଥାନରେ ଚଢାଉ କରାଯାଇଛି । ଏଥିରେ ବ୍ରହ୍ମପୁରର ବସନ୍ତ ବିହାରରେ ଥିବା ତାଙ୍କର ତିନି ମହଲା ବିଶିଷ୍ଟ ଆବାସିକ କୋଟା, ଭଞ୍ଜନଗରରେ ଏକ ସରକାରୀ କ୍ୱାର୍ଟର, ତାଙ୍କ କାର୍ଯ୍ୟାଳୟ ଚାମ୍ବର, ପୋଲସରାରେ ଥିବା ତାଙ୍କ ପୈତୃକ ଘର , ବ୍ରହ୍ମପୁରର ବସନ୍ତ ବିହାରରେ ଥିବା ତାଙ୍କର ତିନି ମହଲା ବିଶିଷ୍ଟ ଆବାସିକ କୋଠା, ଭଞ୍ଜନଗରରେ ଏକ ସରକାରୀ କ୍ୱାର୍ଟର, ତାଙ୍କ କାର୍ଯ୍ୟାଳୟ ଚାମ୍ବର, ପୋଲସରାରେ ଥିବା ତାଙ୍କ ପୈତୃକ ଘର ଏବଂ ବ୍ରହ୍ମପୁରର ବୀମା ନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ବାସଭବନ ଅନ୍ତର୍ଭୁକ୍ତ ରହିଛି ।

ଏହି ଚଢାଉରେ ୩ ଜଣ ଡେପୁଟି ସୁପରିଣ୍ଟେଡେଣ୍ଟଅଫ ପୋଲିସ ଏବଂ ସାତ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ ର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ଅନୁଯାୟୀ ତଲାସୀ ହୋଇଛି ।

Leave a Reply

Your email address will not be published. Required fields are marked *