Spread the love

ଭିଜିଲାନ୍ସ ଜାଲରେ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣି ।

ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ମାଳ ମାଳ ଅଧିକାରୀ କିନ୍ତୁ ତଥାପି ଥମୁନି ଲାଞ୍ଚ କାରବାର।

ବିଗତ ଦିନରେ ରାଜ୍ୟରେ ଦେଖାଯାଉଛି ମାଳ ମାଳ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କିନ୍ତୁ ଥମୁନି ଲାଞ୍ଚ କାରବାର। ପୁଣି ଜଣେ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣୀ ଲାଞ୍ଚ ନେବା ବେଳେ ତାଙ୍କୁ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ଜଣେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଏରିଅର ଓ ପେନସନ ପେପର କରାଇ ଦେବାକୁ ୭୦ ହଜାର ଲାଞ୍ଚ ମାଗିଥିଲେ ଉକ୍ତ କିରାଣୀ। ହେଲେ ହିତାଧିକାରୀ ଏତେ ଦେଇ ଟଙ୍କା ଦେଇପାରିବେ ନାହିଁ କହିବାରୁ ଶେଷରେ ତିରିସ୍ ହଜାରରେ ଟଙ୍କାରେ ରାଜି ହୋଇଥିଲେ କିରାଣି ରୁପଚାନ୍ଦ ନାଏକ । ତାପରେ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ବିଭାଗ ର.ସହାୟତା ନେଇଥିଲେ । ଯୋଜନା ଅନୁସାରେ ଆଜି କିରାଣି ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା କେନ୍ଦୁଝର ଭିଜିଲାନ୍ସ ବିଭାଗ । ତାଙ୍କୁ ଭିଜିଲାନ୍ସ ନିଜ ସହ ନେଇ ଉକ୍ତ କିରାଣୀ ରୂପଚାନ୍ଦ ଙ୍କ ସରକାରୀ ବାସ ଗୣହରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ କରୁଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *