Spread the love

ଭୂବନେଶ୍ୱର, ୦୨/୦୮ : ଲାଞ୍ଚ ନେଇ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ହେମନ୍ତ କୁମାର ପେରେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜାଗା ଚିହ୍ନଟ ମାମଲାରେ ସହଯୋଗ କରିବାକୁ ପ୍ରତିଶୃତି ଦେଇ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ମାଡ଼ି ବସିଛି। ବରୁଣ୍ଡାଇ ଗ୍ରାମର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ବ୍ୟାସନଗର ତହସିଲକୁ ଦୌଡୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ହଉନଥିଲା।

ଜମିଜମା ମାମଲାରେ କୋର୍ଟରୁ ଡିଗ୍ରୀ ଆଣିଥିଲେ ମଧ୍ୟ ଜାଗା ଚିହ୍ନଟ କରିବାକୁ ତହସିଲ କର୍ମଚାରୀ ସହଯୋଗ କରିନଥିଲେ। ଏପରିକି କିଛି ଦିନ ତଳେ ଜାଗା ଚିହ୍ନଟ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ବି କିରାଣୀ ହେମନ୍ତ କୁମାର ପେରେଇ ଶେଷ ମୁହୂର୍ତ୍ତରେ ତାହାକୁ ରଦ୍ଦ କରିଦେଇଥିଲେ। ଜାଗା ଚିହ୍ନଟ ପାଇଁ ଓଲଟା କିରାଣୀ ଲାଞ୍ଚ ଦାବି କରିଥିଲେ। ସରକାରୀ ଅଫିସକୁ ଦୌଡି ଦୌଡି ଥକି ପଡ଼ିଥିବା ଲକ୍ଷ୍ମୀଧର ବାଧ୍ୟ ହୋଇ ଯାଜପୁର ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ। ଆଜି ତହସିଲ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଲକ୍ଷ୍ମୀଧରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ କାବୁ କରିନେଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *