{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଭିିଜିଲାନ୍ସ ଜାଲରେ ପୋଲିସ ବାବୁ

ତାଳଚେର , ୦୩/୦୭ ଆଜି ତାଳଚେର ଥାନା ଏଏସ୍‌ଆଇ ଧରଣୀଧର ନାଥ ଏକ ମାମଲାରେ ଥାନାରୁ ବେଲ କରାଇ ଦେବାକୁ ୩ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ । ଆଜି ଜୈନିକ ବ୍ୟକ୍ତି ଥାନାରେ ମାମଲା ରହିଥିବାରୁ ଉକ୍ତ ବ୍ୟକ୍ତି ଜଣକ ଏଏସଆଇ ଶ୍ରୀ ନାଥ ଥାନାରୁ ବେଲ କରାଇ ଦେବାକୁ କହିଥିଲେ । ବାବୁ ଜଣଙ୍କ ୩ହଜାର ଟଙ୍କା ଦେଲେ ମୁଁ ଥାନାରୁ ବେଲ କରାଇ ଦେବି ବୋଲି କଥା ଦେଇଥିଲେ । ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏସମ୍ପର୍କରେ ଜଣାଇବା ପରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଆସି ଛପି ରହିଥିଲେ । ଉକ୍ତ ବ୍ୟକ୍ତି ଜଣ ଲାଂଚ ଦେଉଥିବା ବେଳେ ସେହି ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ିବସିଥିଲା । ତେବେ ତାଳଚେର ଥାନାରେ ଏଭଳି ଅନେକ ଘଟଣା ଘଟି ଯାଉଥିଲେ ମଧ୍ୟ ତାହା ଅଛୁପା ରହି ଯାଉଥିବା ଚର୍ଚ୍ଚା ପରିଧିକୁ ଆସୁଥିଲେ ମଧ୍ୟ ସାନମାଛ ଜାଲରେ ଧରାପଡ଼ୁଥିବା ବେଳେ ବଡ଼ମାଛ କେବେ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି ତାହା ଦେଖିବାକୁ କେଳବ ବାକି ରହିଛି ।

Leave a Reply

Your email address will not be published. Required fields are marked *