Spread the love

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ସୂଚନା ଦିଆଯାଇଛି।

ଏନସିଏସ ଅନୁଯାୟୀ, ଭୂକମ୍ପ ୧୨୫ କିଲୋମିଟର ଗଭୀରତାରେ ହୋଇଥିଲା। ଏହାର ତୀବ୍ରତା ୪.୬ ମାପ କରାଯାଇଥିଲା। ଉତ୍ତରାଖଣ୍ଡ, ମିଆଁମାର, ତିଦ୍ଦତ ଏବଂ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

ଶନିବାର ପ୍ରତ୍ୟୁଷରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ୩.୩ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା।ଏନସିଏସ ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ଏହାର ତୀବ୍ରତା ୩.୩ ହୋଇଥିଲା ବେଳେ ଗଭୀରତା ୧୦ କିଲୋମିଟର ରହିଥିଲା। ପୂର୍ବରୁ ଜୁଲାଇ ୮ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରିକ୍ଟର ସ୍କେଲରେ ୩.୨ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଯାହା ୫ କିଲୋମିଟର ଗଭୀରତାରେ ହୋଇଥିଲା।ଅପରପକ୍ଷରେ ତିଦ୍ଦତରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୬ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ମିଆଁମାରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୭ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦୫ କିଲୋମିଟର ଗଭୀରତାରେ ରହିଥିଲା ।

Leave a Reply

Your email address will not be published. Required fields are marked *