Spread the love

ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଚାରି ଗୁରୁତର ତିନି ଆହତ ।

କେନ୍ଦୁଝର…….କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କଞ୍ଚନପୁର ନିକଟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଆହତ ହେଇଥିବା ନେଇ ସୂଚନା। ସେମାନଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ଆହତ ହେଇ ଥିବା ନେଇ ସୂଚନା। ଗୁରୁତର ଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ବେଳେ ଗୁରୁତରଙ୍କୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି ରଜିଆ ରୁ ଫୁଟବଲ ଖେଳ ଦେଖି ବାଇକ୍ ରେ ଘରକୁ ଫେରୁଥିବା ଜୟନ୍ତୀନାପୁର ଗାଁ ର ନନ୍ଦନ ମୁଣ୍ଡା ଓ ତାଂକ ପାଞ୍ଚ ବର୍ଷର ପୁତୁରା ରକିକୁ କଞ୍ଚନପୁର ନିକଟରେ ଏକ ଅଟୋ ଧକ୍କା ଦେବାରୁ ଦୁହେଁ ଗୁରୁତର ଆହତ ହେଇଛନ୍ତି ଅନ୍ୟ ପଟେ ବାଇକକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଆଠୋଟି ମଧ୍ୟ ଓଲଟି ପଡିବାରୁ ଅଟୋରେ ବସିଥିବା ଝୁମ୍ପୁରା ଗାଁ ର ମହମ୍ମଦ ରିଆଜଉଦ୍ଦିନ ଓ ତାଂକ ପୁତୁରା ମହମ୍ମଦ ଆଶାଦ (ସାତ ବର୍ଷ) ମଧ୍ୟ ଗୁରୁତର ଆହତ ହେଇଛନ୍ତି । ତାକୁ ମଧ୍ୟ ଚମ୍ପୁଆ ରୂ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅଟୋରେ ଥିବା ମହମ୍ମଦ ରିଆଜଉଦ୍ଦିନ ଙ୍କ ସାତ ବର୍ଷର ପୁତୁରା ଓ ଅନ୍ୟ ଜଣେ ପୁତୁରା ଅଟୋ ଡ୍ରାଇଭର ସହିତ ଜଣେ ମହିଳା ମଧ୍ୟ ଆହତ ହେଇଥିବା ନେଇ ସୂଚନା। ଆହତମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *