Spread the love

(ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 109ତମ ଜୟନ୍ତୀ ଅବସରରେ ସମୃଦ୍ଧ ଓଡିଶା ଗଠନ ରେ ବିଜୁ ବାବୁ ଙ୍କ ଅବଦାନ ଶ୍ରୀଷକ ଆଲୋଚନା ଚକ୍ର ଅନୁଷ୍ଠିତ )
ଜଗତସିଂହପୁର
ତା =5/3/25
ଜଗତସିଂହପୁର ଆଦିକବି ସଂସ୍କୃତି ଭବନ ପରିସରରେ ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 109ତମ ଜୟନ୍ତୀ ଅବସରରେ ସମୃଦ୍ଧ ଓଡିଶା ଗଠନ ରେ ବିଜୁ ବାବୁ ଙ୍କ ଅବଦାନ ଶ୍ରୀଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ବିଜୁ ଜନତା ଦଳ ଜ଼ିଲ୍ଲା ଉପ ସଭାପତି ଦିପ୍ତି ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଆଲୋଚନା ଚକ୍ର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ |ସଂମ୍ମାନିତ ଅତିଥିଭାବେ ବିଜୁ ଜନତା ଦଳ ଜ଼ିଲ୍ଲା ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ, ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଜଗତସିଂହପୁର ପଞ୍ଚାୟତ ସମିତି ଅଧକ୍ଷା କନକ ପ୍ରଭା ଲେଙ୍କା,ଉପାଧକ୍ଷ ରତି ରଞ୍ଜନ ବେହେରା ସମାଜସେବୀ ଦେବୀ ପ୍ରସାଦ ଚୌଧୁରୀ,କୃଷକ ନେତା ପ୍ରକାଶ ବସ୍ତିଆ, ବିଜୁ ଯୁବ ଜନତା ସଭାପତି ସମ୍ବିତ ଲେଙ୍କା ପ୍ରମୁଖ ଯୋଗଦେଇ ଓଡିଶା ପ୍ରତି ବିଜୁ ପଟ୍ଟନାୟକ ଙ୍କ ଅବଦାନ ସମ୍ପର୍କ ରେ ଉଦବୋଧନ ଦେବା ସହିତ ରାଜ୍ୟ ସରକାର କଟୁ ସମାଲୋଚନା କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *